Nitish Kumar Odisha Visit: 3ୟ ସାମ୍ମୁଖ୍ୟ ନେଇ କଣ ରହିବ ନବୀନଙ୍କ ଆଭିମୁଖ୍ୟ, ଅପସନ୍ ଖୋଲା ରଖିବେ କି ମୁଖ୍ୟମନ୍ତ୍ରୀ ?

By

Published : May 4, 2023, 6:56 PM IST

thumbnail

ଭୁବନେଶ୍ବର: ୨୦୨୪ ପୂର୍ବରୁ ସମସ୍ତ ମୋଦି ବିରୋଧୀ ଆଞ୍ଚଳିକ ଦଳକୁ ଏକାଠି ନେଇ ବଡ଼ ରଣନୀତି ପ୍ରସ୍ତୁତ କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଥିଲାଗି ସେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଉ ନୀତିଶଙ୍କ ଓଡ଼ିଶା ଗସ୍ତକୁ ନେଇ ଜୋରସୋରରେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।  ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟ ପାଇଁ ବଳ ଗୋଟାଇବାକୁ ଆସୁଛନ୍ତି କି ନୀତିଶ ?  ନୀତିଶଙ୍କ ଗସ୍ତ ପଛର ଉଦ୍ଦେଶ୍ୟ କଣ ? ସେ ନେଇ ମତ ରଖିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ ଓ ରାଜନୀତି ସମୀକ୍ଷକ ରବି ଦାସ ।   

ନୀତିଶ ମୋଦି ବିରୋଧୀ ମେଣ୍ଟ ତିଆରି କରିବାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟି ଆଲୋଚନା କରିଥିଲେ । କେଜ୍ରିଓ୍ବାଲ ମଧ୍ୟ ବିରୋଧୀ ମେଣ୍ଟକୁ ସମର୍ଥନ କରିବା କଥା ଜଣାଇଥିଲେ । ପରେ ତେଜସ୍ବୀ ଯାଦବଙ୍କୁ ନେଇ ମମତା ବାନାର୍ଜୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ମମତାଙ୍କ ସମର୍ଥନ ଲୋଡିଥିଲେ । ମମତା ମଧ୍ୟ ସକରାତ୍ମକ ମତ ରଖିଥିଲେ । ଏବେ ନୀତିଶ କୁମାର ଓଡିଶା ଗସ୍ତରେ ଆସୁଛନ୍ତି । ବିରୋଧୀ ମେଣ୍ଟରେ ନବୀନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଥାଇପାରନ୍ତି ।  

ଏହା ବି ପଢନ୍ତୁ- ନୂଆ ରୂପ ପାଇବ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠ, ଖର୍ଚ୍ଚ ହେବ 10କୋଟି

କିନ୍ତୁ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "କେନ୍ଦ୍ରରେ ବିଲ ପାରିତରେ ହେଉ ଅବା ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ସମର୍ଥନ ଦେଇଥିଲେ ମଧ୍ୟ ବିଜେଡି ସମଦୂରତ୍ବ ରକ୍ଷା କରୁଛି ଦଳ ଉଭୟ ବିଜେପି ଆଉ କଂଗ୍ରେସଠାରୁ । କିନ୍ତୁ ଆଦର୍ଶଗତ କାରଣରୁ ବିଜେପି ସହିତ ମତପାର୍ଥକ୍ୟ ରହିଥିବାରୁ ନବୀନ ନୀତିଶଙ୍କ ପାଇଁ ଅପସନ ଓପନ ରଖିପାରନ୍ତି । ଏକ ସଶକ୍ତ ମୋଦି ବିରୋଧୀ ମେଣ୍ଟ ତିଆରିରେ ଲାଗି ପଡିଛନ୍ତି ନୀତିଶ କୁମାର ।"  

ସେପଟେ ବରିଷ୍ଠ ରାଜନେତା ଦାମ ରାଉତ କହିଛନ୍ତି, " ମୋଦି ସରକାର ଗଣତନ୍ତ୍ରର ମର୍ଯ୍ୟାଦା ହାନି କରୁଛି । ତେଣୁ ନୀତିଶ କୁମାର ଏକ ମହତ ଉଦ୍ଦେଶ୍ୟରେ ମୋଦି ବିରୋଧୀ ମେଣ୍ଟ ବା ତୃତୀୟ ସାମ୍ମୁଖ୍ୟର ରୂପରେଖ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଓଡ଼ିଶାର କଥା କିଛି ଅଲଗା । ଏଠି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହିତ ମେଣ୍ଟ ସରକାରରେ ଥିଲା ବିଜେଡି । ୨୦୦୯ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ ବିଜେପିର ସାମ୍ପ୍ରଦାୟିକ ଚରିତ୍ରକୁ ବୁଝିପାରିଥିଲା ବିଜେଡି । ସେଥିପାଇଁ ଦୂରେଇ ଗଲା । ସେବେଠାରୁ ଉଭୟ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତ୍ବ ରକ୍ଷା କରୁଛନ୍ତି ନବୀନ । ଏବେ ନୀତିଶ କୁମାର ନବୀନଙ୍କ ସହିତ ସାକ୍ଷାତ ଆଲୋଚନା କରିବା ପରେ ହିଁ ଜଣାପଡିବ ନବୀନଙ୍କ ତୃତୀୟ ସାମ୍ମୁଖ୍ୟ ନେଇ ମତ କଣ ?"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.