G-20: ଭାରତୀୟ ବାଦ୍ୟଯନ୍ତ୍ର ସହ ପରିଚିତ ହେବ ବିଶ୍ୱ, ରାଜଧାନୀର ଶୋଭା ବଢାଇଲା ଆକର୍ଷଣୀୟ ପ୍ରତିମୂର୍ତ୍ତି

By ETV Bharat Odisha Team

Published : Sep 7, 2023, 10:59 PM IST

thumbnail

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ଲାଗି ସଜେଇ ହୋଇଛି ଜାତୀୟ ରାଜଧାନୀ ନୂଆଦିଲ୍ଲୀ । ଏହି ସମ୍ମିଳନୀ ଲାଗି ଅନେକ ବିଶ୍ବନେତା ଭାରତ ଆସିବାକୁ ଥିବା ବେଳେ ସେମାନଙ୍କୁ ଭାରତୀୟ ସଂସ୍କୃତି, କଳା, ଐତିହ୍ୟ ସହିତ ପରିଚିତ କରିବା ଲାଗି ଦିଲ୍ଲୀ ନବନିର୍ମିତ ଭାରତ ମଣ୍ଡପମ ନିକଟ ଭୈରବ ରୋଡ ନିକଟରେ ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି । ଯାହାକି ଭାରତୀୟ ବାଦ୍ୟଯନ୍ତ୍ର ଯେପରିକି ଶେହନାଇ, ବୀଣା, ତାସା, ଘଟମ, ଏକତାରା ସହ ବିଶ୍ବ କରିବ ପରିଚିତ । ଏହାରି ମଧ୍ୟରେ ନଜରକୁ ଆସିଛି ଭାରତୀୟ ବାଦ୍ୟଯନ୍ତ୍ର ସହ ଜଡ଼ିତ ଏକ ଆକର୍ଷଣୀୟ ପ୍ରତିମୂର୍ତ୍ତି । ଯେଉଁଥିରେ ୨ଟି ଲୋକ ଏକତାରା ଓ ଘଟମ ଧରି ବସିଛନ୍ତି । ଯାହାକି ସଂଗୀତର ମହତ୍ତ୍ବ ସମେତ ଦେଶର ଏହି ପୁରାତନ ବାଦ୍ୟଯନ୍ତ୍ର ସହିତ ବିଶ୍ବକୁ ପରିଚିତ କରାଇଛି । ଏକତାରା ହେଉଛି ଏପରି ଏକ ବାଦ୍ୟଯନ୍ତ୍ର ଯେଉଁଥିରୁ ବାହାରିଥାଏ ଏକ ସୁମଧୁର, ଶାନ୍ତ ଧ୍ବନି । ଯାହାକି ମନରେ ଶାନ୍ତି ଭରିଥାଏ । ସେହିପରି ଘଟମ ହେଉଛି ମାଟି ପାତ୍ର ପରି ବାଦ୍ୟଯନ୍ତ୍ରଟିଏ । ସେହିପରି ଅନ୍ୟ ଏକ ପ୍ରତିମୂର୍ତ୍ତିରେ ୨ଟି ବ୍ୟକ୍ତି ଶେହନାଇ ଓ ତାସା ଧରିଥିବା ଦେଖିବାକୁ ମିଳିଛି । ପ୍ରତିଟି ବିବାହ ଉତ୍ସବରେ ସେହନାଇ ବାଦ୍ୟଯନ୍ତ୍ରଟିର ଦରକାର ପଡେ । ଏହି ୨ଟି ବାଦ୍ୟଯନ୍ତ୍ର ଯେପରି ପରସ୍ପରର ପରିପୂରକ । ଏହି ୨ ବାଦ୍ୟଯନ୍ତ୍ର ସହିତ ଭାରତର ପରମ୍ପରା ଜଡ଼ିତ । ଏହି ବାଦ୍ୟଯନ୍ତ୍ରଗୁଡିକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଧ୍ବନିର ପରିଚୟ ।  ବିଶ୍ବ ଦରବାରରେ ଏହାକୁ ପହଞ୍ଚାଇବା ଲାଗି ଏପରି ନିଆରା ପ୍ରତିମୂର୍ତ୍ତି ଜି-୨୦ ସମ୍ମିଳନୀ ଅବସରରେ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.