କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ ଦାବି - sankirtan satyagraha by congress in jagatsinghpur

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 9, 2023, 9:29 PM IST

ଜଗତସିଂହପୁର: ସାରା ରାଜ୍ୟରେ କଂଗ୍ରେସର ନିଆରା ଢଙ୍ଗରେ ପ୍ରତିବାଦ । ଶ୍ରୀମନ୍ଦିର ବିଭନ୍ନ ସମସ୍ୟାକୁ ନେଇ ସାରା ରାଜ୍ୟରେ ପ୍ରତିବାଦକୁ ଓହ୍ଲାଇଛି ଦଳ । ଏଥିପାଇଁ ଆଜି ଜିଲ୍ଲାର ବିଭିନ୍ନ ଜଗନ୍ନାଥଙ୍କ ମନ୍ଦିର ସମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରିଛି କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ କରାଯାଇଥିଲା । କଂଗ୍ରେସ ଅଭିଯୋଗ କରିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ଭକ୍ତ ଓ ଭଗବାନଙ୍କ ମାଧ୍ୟମରେ ପ୍ରାଚେରୀ ଠିଆ କରିଛନ୍ତି ରାଜ୍ୟ ସରକାର । ମନ୍ଦିରର ତିନିଦ୍ୱାରକୁ ସରକାର ବନ୍ଦ କରି ଦେଇଥିବାରୁ ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛି ଦଳ । ଫଳରେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପ୍ରାଣର ଠାକୁରଙ୍କୁ ଦର୍ଶନ କରି ପାରୁ ନାହାଁନ୍ତି ଭକ୍ତ । 

ଏହା ମଧ୍ୟ ପଢନ୍ତୁ... ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ସେହିପରି ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମିଙ୍କୁ ରାଜ୍ୟ ସରକାର ବେଦାନ୍ତକୁ ଟେକି ଦେଇଛନ୍ତି । ଅମୃତ ମଣୋହି ସମ୍ପତ୍ତିକୁ ରାଜ୍ୟ ସରକାର କିପରି ଏକ ଘରୋଇ ସଂସ୍ଥା ହାତକୁ ଟେକିଦେଲେ ତାକୁ ନେଇ ପ୍ରଶ୍ନ କରିଛି ଦଳ । ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି ଦେଉଥିବା ଅଭିଯୋଗ କରିଛି ଦଳ । ବାରମ୍ବାର ଦାବି କାହିଁକି ରତ୍ନ ଭଣ୍ଡାର ଖୋଲାଯାଉ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ରାଜ୍ୟ ସରକାର ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ୱାରକୁ ସର୍ବ ସାଧାରଣଙ୍କ ପାଇଁ ଖୋଲିବା,ରତ୍ନ ଭଣ୍ଡାର ଓ ବେଦାନ୍ତ ଠାରୁ ଜଗନ୍ନାଥଙ୍କ ଜମି ଫେରାଇବା ଆଦି ଦାବି କରିଛି କଂଗ୍ରେସ । ଏହି ଅଭିନବ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ନଟବର ବାରିକ, ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ଲଷ୍ମୀ ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସଂକୀର୍ତ୍ତନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ ,ଜଗତସିଂହପୁର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.