ASOଙ୍କୁ ସଫଳତା: ସିଭିଲ ସର୍ଭିସ ପରୀକ୍ଷାରେ ସନ୍ଦୀପ କୃତକାର୍ଯ୍ୟ

By

Published : Aug 2, 2023, 10:42 PM IST

thumbnail




ବ୍ରହ୍ମପୁର: ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ୧୧୧ ନମ୍ବରରେ ସ୍ଥାନ ପାଇଛନ୍ତି ଗଞ୍ଜାମ ଜିଲ୍ଲାର ସନ୍ଦୀପ ଖାଡଙ୍ଗା । ରାଜ୍ୟ ସରକାରଙ୍କ ଗୃହ ନଗର ଉନ୍ନୟନ ବିଭାଗରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ଭାବରେ କାର୍ଯ୍ୟ କରୁଥିବା ସନ୍ଦୀପ ପ୍ରଥମଥର ପାଇଁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିବାବେଳେ ଏପରି ସଫଳତା ପାଇଛନ୍ତି। ସଦର ମହକୁମ୍ମା ଛତ୍ରପୁର ସହରର ବ୍ୟବସାୟୀ ପ୍ରଭାତ କୁମାର ଖାଡଙ୍ଗା ଓ କଳ୍ପନା ଖାଡ଼ଙ୍ଗାଙ୍କ ପୁତ୍ର ସନ୍ଦୀପ ପିଲାଟି ଦିନରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ସ୍ୱପ୍ନ ରହିଥିଲା। ସେ ଛତ୍ରପୁରରର କାରମେଲ୍ ଇଂରାଜୀ ମାଧ୍ଯମିକ ବିଦ୍ୟାଳୟରେ ଦଶମ ଶିକ୍ଷା ପରେ ଭୁବନେଶ୍ବରଠାରେ ଯୁକ୍ତ ଦୁଇ ଶେଷ କରି ବ୍ରହ୍ମପୁର ନିଷ୍ଟ କଲେଜରେ ବି-ଟେକ୍ ଶେଷ କରିଥିଲେ ।


ଏହା ବି ପଢନ୍ତୁ...OPSC Result: ଉପାନ୍ତ ଅଞ୍ଚଳରୁ OAS ଯାତ୍ରା, ୩ନଂ ରାଙ୍କରେ ତେଲକୋଇର ପ୍ରଣବ ରଞ୍ଜନ ସାହୁ

 ଏହାରି ମଧ୍ଯରେ ସେ ଦିଲ୍ଲୀ ଯାଇ UPSC ପରୀକ୍ଷା ମଧ୍ୟ ଦେଇଥିଲେ । ପରେ ୨୦୧୯ ଜୁଲାଇ ମାସଠାରୁ ରାଜଧାନୀରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ( ASO) ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବାବେଳେ ଶେଷରେ ଏହି ପରୀକ୍ଷା ଦେଇ ସେ ୧୧୧ ନମ୍ବରରେ ସ୍ଥାନ ପାଇବା ପରେ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ସାଙ୍ଗସାଥୀଙ୍କ ସମେତ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ। 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.