ହାଇଦ୍ରାବାଦ: ଡିସେମ୍ବର 4 ତାରିଖ ରାତିରେ ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ପୁଅର ଚିକିତ୍ସା ଜାରି ରହିଥିବା ବେଳେ ପୀଡି଼ତଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି 'ପୁଷ୍ପା ୨' ଟିମ୍ । ପୀଡି଼ତଙ୍କ ପରିବାରକୁ 2 କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ବୁଧବାର ଚିକିତ୍ସାଧୀନ ପୁଅକୁ ଭେଟିବା ପରେ ଅଲ୍ଲୁ ଅର୍ଜୁନଙ୍କ ପିତା ତଥା ଜଣାଶୁଣା ନିର୍ମାତା ଅଲ୍ଲୁ ଅରବିନ୍ଦ ଏହି ଘୋଷଣା କରିଛନ୍ତି। 2 କୋଟି ଟଙ୍କାର ଚେକ୍ ସେ ତେଲେଙ୍ଗାନା ରାଜ୍ୟ ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କୁ ଦିଆଯାଇଥିବା କହିଛନ୍ତି ।
BREAKING: Allu Arjun's father CONFIRMS ₹2⃣ cr donation for the boy's future💸💰 pic.twitter.com/I8xsYbZuJk
— Manobala Vijayabalan (@ManobalaV) December 25, 2024
2 କୋଟି ଟଙ୍କା ସହାୟତା ଘୋଷଣା
ଚିକିତ୍ସାଧୀନ ପୁଅକୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଲ୍ଲୁ ଅରବିନ୍ଦ କହିଛନ୍ତି ଯେ ପୀଡ଼ିତ ପୁଅ ଏବଂ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଫିଲ୍ମ ୟୁନିଟ୍ 2 କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି। ଏହି ସହାୟତାରେ ଅଲ୍ଲୁ ଅର୍ଜୁନ 1 କୋଟି ଟଙ୍କା ଦାନ କରିଥିବାବେଳେ ଫିଲ୍ମର ନିର୍ମାତା ମୈଥ୍ରୀ ମୁଭିସ୍ 50 ଲକ୍ଷ ଏବଂ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ମଧ୍ୟ ପରିବାରକୁ 50 ଲକ୍ଷ ଟଙ୍କା ସହାୟତା ପ୍ରଦାନ ଦେଇଛନ୍ତି। ଏଥିସହ ଅଲ୍ଲୁ ଅରବିନ୍ଦ ଡାକ୍ତରଙ୍କ ସହ କଥା ହୋଇଥିଲେ ଏବଂ ପୀଡିତ ପୁଅ ସୁସ୍ଥ ହୋଇଥିବାର ଜାଣି ଖୁସିବ୍ୟକ୍ତ କରିଛନ୍ତି । କହିରଖୁଛୁ କି, ଘଟଣାର ଦୁଇ ଦିନ ପରେ ଅଭିନେତା ଅଲ୍ଲୁ ଅର୍ଜୁନ ପରିବାର ପାଇଁ 25 ଲକ୍ଷ ଟଙ୍କା ଘୋଷଣା କରିଥିଲେ। ସେ ପୁଅର ଚିକିତ୍ସା ଖର୍ଚ୍ଚ ସହିତ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ ମଧ୍ୟ ନିଶ୍ଚିତ କରିଥିଲେ ।
BREAKING: ₹2️⃣ cr handed over to Pushpa 2 stampede victim family.
— Manobala Vijayabalan (@ManobalaV) December 25, 2024
Allu Arjun - ₹1️⃣ cr
Mythri - ₹5️⃣0️⃣ lacs
Sukumar - ₹5️⃣0️⃣ lacs
ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ପୋଲିସର ଚେତାବନୀ
ଏହି ସମୟରେ ସନ୍ଧ୍ୟା ଥିଏଟର ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଭୁଲ ତଥ୍ୟ ବିସ୍ତାର ନକରିବାକୁ ପୋଲିସ କଡା ଚେତାବନୀ ଦେଇଛି। କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ଯେ ଅଲ୍ଲୁ ଅର୍ଜୁନ ପ୍ରେକ୍ଷାଳୟରେ ପହଞ୍ଚିବା ପୂର୍ବରୁ ଏହି ଘଟଣା ଘଟିଛି ବୋଲି ଭ୍ରମାତ୍ମକ ଭିଡିଓ ଏବଂ ଗୁଜବ ପ୍ରଚାର କରାଯାଉଛି। ଏପରି ଭୁଲ ତଥ୍ୟ ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି।
BREAKING: Allu Arjun's father arrives at the hospital where Pushpa 2⃣ stampede Sri Tej is admitted🏥 pic.twitter.com/BYa6LAjUyy
— Manobala Vijayabalan (@ManobalaV) December 25, 2024
ଏହା ମଧ୍ୟ ପଢନ୍ତୁ: ଥିଏଟରରେ ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କୁ ସରିଲା ପଚରାଉଚରା
ଏହି ଘଟଣାର ପୋଲିସର ତଦନ୍ତ ଜାରି ରହିଛି । କହିରଖୁଛୁ କି, ଏହି ଘଟଣାରେ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ଡିସେମ୍ବର 12ରେ ଗିରଫ କରିଥିଲା ପୋଲିସ । ଏହା ପରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । 50,000 ଟଙ୍କା ବ୍ୟକ୍ତିଗତ ଭାବେ ପ୍ରଦାନ କରିବା ପରେ ସେ ଜାମିନ ପାଇଥିଲେ । ଏହା ପରେ ସୋମବାର ଦିନ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା, ଯେଉଁଥିରେ ଥିଏଟରରେ ଦଳାଚକଟା ଜଡିତ ଘଟଣା ସମ୍ପର୍କରେ ତାଙ୍କୁ 20 ରୁ ଅଧିକ ପ୍ରଶ୍ନ ପଚାରିିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ