World No Tobacco Day: ବାଲୁକା କଳାରେ ବିଶ୍ବ ତମାଖୁ ବର୍ଜନ ଦିବସର ବାର୍ତ୍ତା

By

Published : May 31, 2023, 8:29 PM IST

thumbnail

ରାଉରକେଲା: ପ୍ରତିବର୍ଷ ମେ ୩୧କୁ ବିଶ୍ବ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଏ । ତମାଖୁ ସେବନ ଶରୀର ପାଇଁ କେତେ କ୍ଷତିକାରକ, ଏହାର ସଚେତନତା ନିମନ୍ତେ ଏହି ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର ବାଲୁକାଶିଳ୍ପୀ ରାଜୁ ସାହୁ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛନ୍ତି । ମାନବ ଶରୀର ଉପରେ ତମାଖୁର କ୍ଷତିକାରକ ପ୍ରଭାବକୁ ଏଥିରେ ଚିତ୍ରଣ କରାଯାଇଛି ​। ଶରୀରରେ ସିଗାରେଟର କଣ ନକାରାତ୍ମକ ପ୍ରଭାବ ରହିଛି ତାହା ଏଠାରେ ଦର୍ଶାଯାଇଛି । ଧୂମପାନ କିପରି ଫୁସଫୁସ କର୍କଟ, ହୃଦ୍‌ରୋଗ ଏବଂ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇପାରେ ତାହା ଦେଖାଇବା ପାଇଁ ନିଜର ବାଲୁକାକଳାକୁ ବ୍ୟବହାର କରିଛନ୍ତି ରାଜୁ  । ଅନେକ ଲୋକ ତମାଖୁ ସେବନ କରି କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ଆକ୍ରନ୍ତ ହୋଇ ଜୀବନ ହାରୁଛନ୍ତି । ତେଣୁ ଏହି ଦିବସର ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବାଲୁକା ଶିଳ୍ପୀ ରାଜୁ ସାହୁ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.