ଚଳନ୍ତା ଟ୍ରେନରୁ ଖସିପଡିଲେ ଯାତ୍ରୀ, ଦେବଦୂତ ସାଜି ଜୀବନ ବଞ୍ଚାଇଲା ରେଳବାଇ ପୋଲିସ

By

Published : Nov 24, 2022, 8:48 AM IST

Updated : Feb 3, 2023, 8:33 PM IST

thumbnail
କଟକ: ଚଳନ୍ତା ଟ୍ରେନରେ ଚଢୁଥିବା ବେଳେ ତଳକୁ ଖସିପଡିଲେ ଯାତ୍ରୀ । ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଜିଆରପି ଓ ଆରପିଏଫ ପୋଲିସ କର୍ମଚାରୀ । କଟକ ରେଳ ଷ୍ଟେସନରେ ଏପରି ଅଘଟଣ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ ଜଣଙ୍କ । ଜନ ଶତାବ୍ଦୀ ଏକ୍ସପ୍ରେସ(Janshatabdi Express )ରେ ଆର କେ ସାହୁ ନାମକ ଜଣେ ବ୍ୟକ୍ତି ଚଢୁଥିବା ବେଳେ ତଳକୁ ଖସିପଡିଥିଲେ । ଏହି ସମୟରେ ଦେବଦୂତ ସାଜିଥିଲେ ଜିଆରପି ଓ ଆରପିଏଫର ପୋଲିସ କର୍ମଚାରୀ । ଉକ୍ତ ବ୍ୟକ୍ତିଙ୍କୁ ମରଣ ମୁହଁରୁ ବଞ୍ଚାଇ ନୂଆ ଜୀବନ ଜୀବନ ଦେଇଥିଲେ ରେଳବାଇ ପୋଲିସ । ତେବେ ଉଦ୍ଧାର କରିଥିବା ଦୁଇ ପୋଲିସ କର୍ମଚାରୀ ହେଲେ ଜଗନ୍ନାଥ ମୁର୍ମୁ ଓ ହେମନ୍ତ କୁମାର ସାହୁ । ଘଟଣାର ତଦନ୍ତ କରିବା ପରେ ଜଣାପଡ଼ିଥିଲା କି ଆର କେ ସାହୁ କିଛି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବାଲେଶ୍ବର ଯାଉଥିଲେ । କିନ୍ତୁ ଟ୍ରେନଟି ଛାଡ଼ି ଦେଇଥିବା ଯୋଗୁଁ ସେ ତରବରିଆ ଭାବେ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ତଳେ ପଡିଯାଇଥିଲେ । ତେବେ ଜିଆରପି ଓ ଆରପିଏଫରେ କାର୍ଯ୍ୟ କରୁଥିବା ଏହି ଦୁଇ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଓ ତୁରନ୍ତ ପଦକ୍ଷେପ ଯୋଗୁଁ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଥିଲା । ଇଟିଭି ଭାରତ, କଟକ
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.