କମଲ ଛାଡି ଧାରଣାରେ ବସିଲେ ଅମଲା କର୍ମଚାରୀ - ଦାବି ପୂରଣ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ
🎬 Watch Now: Feature Video
ରାଉରକେଲା: ଧାରଣାରେ ବସିଲେ ଅମଲା କର୍ମଚାରୀ । ରାଉରକେଲାର ଶତାଧିକ କର୍ମଚାରୀମାନେ କଲମ ଛାଡି ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ୨୦୧୭ ମସିହାଠାରୁ ଅମଲାମାନଙ୍କ ପ୍ରବେଶିକା ଯୋଗ୍ୟତାକୁ ସ୍ନାତକ ଓ କମ୍ପ୍ୟୁଟର ଜ୍ଞାନକୁ ମଧ୍ୟ ବୃଦ୍ଧି କରି ନିଯୁକ୍ତି ପ୍ରଦାନ କରିଥିଲେ । କିନ୍ତୁ ଏହାର ସୁଫଳ ପାଇ ପାରିନାହାନ୍ତି କର୍ମଚାରୀ । ସରକାର ଅମଲା କର୍ମଚାରୀମାନଙ୍କୁ ନୂଆ ନିଯୁକ୍ତି ଶୈଳୀରେ ନିଯୁକ୍ତି ଦେଇଥିବା ବେଳେ ଗ୍ରେଡ୍ ପେ' ବୃଦ୍ଧି କରିନଥିବା ଅଭିଯୋଗ ହୋଇଛି । ତେଣୁ ସରକାର କନିଷ୍ଠ ସହାୟକଙ୍କ ମୂଳ ଦରମା ଗ୍ରେଡ୍ ପେ' 4200କୁ ବୃଦ୍ଧି ଅଥବା ଲେବଲ-9କୁ ବୃଦ୍ଧି କରିବାକୁ ଦାବି ହୋଇଛି । ଗତ 22 ମେ'ରୁ 31 ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରି ଦାବି କରିଥିବା ବେଳେ ସୁଫଳ ନମିଳିବା କାରଣରୁ ଆନ୍ଦୋଳନକୁ ଓହ୍ଲାଇଥିବା ଦାବି କରିଛନ୍ତି ଅମଲା ସଂଘ । ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ଅମଲା ।
ଇଟିଭି ଭାରତ, ସୁନ୍ଦରଗଡ