IPLରୁ ପଡ଼ିଆକୁ ଫେରିବେ ପନ୍ତ ! ଚାଲିଛି ଜୋରଦାର ଟ୍ରେନିଂ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 7, 2023, 10:58 AM IST

ନୂଆଦିଲ୍ଲୀ: ଧୀରେ ଧୀରେ ଫିଟ୍‌ ହେଉଛି ଟିମ୍‌ ଇଣ୍ଡିଆର ଷ୍ଟାର୍‌ କ୍ରିକେଟର ଋଷଭ ପନ୍ତ । ପୁଣି କ୍ରିକେଟ ମଇଦାନକୁ ଓହ୍ଳାଇବେ ଋଷଭ । କିପିଂ କରିବା ସହ ଷ୍ଟାଡିୟମରେ କରିବେ ଛକା ଚୌକାର ବର୍ଷା । ଆଗକୁ ଆଇପିଏଲ୍‌ ଥିବାରୁ ଏବେଠାରୁ ସେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଇପିଏଲ ପାଇଁ ନିଜକୁ ଫିଟ୍‌ କରିବାରେ ଲାଗି ପଡ଼ିଛନ୍ତି ଋଷଭ । ଏକ୍ସରସାଇଜ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେ ସେୟାର କରିଛନ୍ତି । ତାଙ୍କ ଓ୍ବାର୍କଆଉଟରୁ ଜଣାପଡୁଛି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଯଦି ସେ ପୁରା ଫିଟ ହୋଇଯାଆନ୍ତି ତେବେ ଆଇପିଏଲ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆହତ ଜନିତ ସମସ୍ୟା ଯୋଗୁଁ ସେ ଗତ ଆଇପିଏଲ ସିଜିନ ସେ ଖେଳି ପାରିନଥିଲେ । କିନ୍ତୁ ଆସନ୍ତା ସିଜିନ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି । ଗତ ବର୍ଷ ଡିସେମ୍ବର ମାସରେ ଦିଲ୍ଲୀରୁ ରୁର୍‌କିକୁ ଯାଉଥିବା ବେଳେ ଡେରାଡୁନ୍‌ରେ ତାଙ୍କ କାର ଦୁର୍ଘଟଣାର ଶିକାର ହୋଇଥିଲା । ଏହାପରେ ସେ ଗଭୀର ଭାବେ ଆହତ ହୋଇଥିବାରୁ ଚିକିତ୍ସା ଜାରି ରହିଥିଲା । ଦୁର୍ଘଟଣା ପରଠୁ ସେ କ୍ରିକେଟ୍‌ ଦୁନିଆରୁ ଦୂରରେ ରହିଥିଲେ । ଧୀରେ ଧୀରେ ସେ ସୁସ୍ଥ ହେଉଥିବା ବେଳେ ପୁଣି କ୍ରିକେଟ ମଇଦାନକୁ ଓହ୍ଳାଇପାରିନ୍ତି ବୋଲି ପ୍ରଶଂସକଙ୍କ ଆଶା । 

ଏହା ମଧ୍ୟ ପଢନ୍ତୁ- ସୁସ୍ଥ ହେଉଛନ୍ତି ପନ୍ତ୍‌, ନିଜେ ଭିଡିଓ ସେୟାର କରି ଦେଲେ ସୂଚନା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.