thumbnail

By

Published : Jul 22, 2023, 9:56 PM IST

ETV Bharat / Videos

ବିକାଶକୁ ବିରୋଧ କରିବା ଛଡା ଅନ୍ୟ କିଛି ଜାଣିନାହାନ୍ତି କେନ୍ଦ୍ରମନ୍ତ୍ରୀ: ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ୫T ସଚିବ ସମ୍ବିଧାନ ଭଙ୍ଗ କରୁଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗର ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫T ସଚିବ କାମ କରୁଥିବା କହିଛନ୍ତି ପ୍ରମିଳା । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫T ସଚିବ ଜିଲ୍ଲା ଗସ୍ତ କରୁଛନ୍ତି । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଅଭିଯୋଗ ପତ୍ର ଆଣି ମୁଖ୍ୟମନ୍ତ୍ରୀଙ୍କୁ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେଉଛନ୍ତି ତାହା ସେ କାର୍ଯ୍ୟକାରୀ କରୁଛନ୍ତି । କୌଣସି ଦିନ ଦଳୀୟ ପତାକା ଧରୁ ନାହାନ୍ତି କି ଦଳୀୟ କାମ କରୁନାହାନ୍ତି । ତେଣୁ ସମ୍ବିଧାନ କେଉଁଠି ଭାଙ୍ଗିଲେ ? ବିକାଶକୁ ବିରୋଧ କରିବା ଛଡା ଅନ୍ୟ କିଛି ଜାଣନ୍ତି ନାହିଁ କେନ୍ଦ୍ରମନ୍ତ୍ରୀ ।"  

ଅନ୍ୟପଟେ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲା ପ୍ରସଙ୍ଗରେ ମଧ୍ୟ ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲିଛି । ଭକ୍ତ ମାନେ ଯଦି ଚାରି ଦ୍ଵାର ଦେଇ ଯିବେ ସେଥିରେ କେହି ଆହତ ହେବାର ସମ୍ଭାବନା ରହିଛି । ତେଣୁ ସଠିକ୍ ସମୟ ଆସିଲେ ନିଶ୍ଚୟ ଚାରି ଦ୍ଵାରା ଖୋଲାଯିବ । ରାଜ୍ୟ ସରକାର କୌଣସି ଥିରେ ପ୍ରତିବନ୍ଧକ ହୋଇନାହାନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.