Watch Video: 11 ଫୁଟର ବିଶାଳକାୟ ଅହିରାଜ ଉଦ୍ଧାର - ବିଶାଳ ଅହିରାଜ ସାପ ଉଦ୍ଧାର
🎬 Watch Now: Feature Video
ମାଲକାନଗିରି: ବନବିଭାଗ ଦ୍ୱାରା ବିଶାଳ ଅହିରାଜ ସାପ ଉଦ୍ଧାର । ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପିଟାଗାଟା ଗ୍ରାମରେ ଜଣଙ୍କ ଘର ପାଖରେ ଏକ ବିଶାଳ ଅହିରାଜ ସାପ ଦେଖିବାକୁ ମିଳିଥିଲା । ଏନେଇ ବନ ବିଭାଗକୁ ଖବର ଦେବା ପରେ କୋରକୋଣ୍ଡା ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବିଶାଳକାୟ ଅହିରାଜ ସାପକୁ ଉଦ୍ଧାର କରିଛନ୍ତି । ସାପଟି ପ୍ରାୟ 11 ଫୁଟରୁ ଊର୍ଦ୍ଧ୍ବ ଲମ୍ବା ଥିବାର ଜଣା ପଡ଼ିଛି । ସାପଟିକୁ ଉଦ୍ଧାର କରି ମାଲକାନଗିରି ବନଖଣ୍ଡର ରେଞ୍ଜ ଅଫିସକୁ ଆଣି ସୁରକ୍ଷିତ ରଖାଯାଇଛି । ବର୍ତ୍ତମାନ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ସ୍ବାସ୍ଥ୍ୟ ହେବାପରେ ଜଙ୍ଗଲକୁ ଛଡ଼ାଯିବ ବୋଲି ମାଲକାନଗିରି ରେଞ୍ଜର ସୂଚନା ଦେଇଛନ୍ତି।
Last Updated : Feb 3, 2023, 8:36 PM IST