thumbnail

By

Published : Sep 8, 2022, 10:12 PM IST

Updated : Feb 3, 2023, 8:27 PM IST

ETV Bharat / Videos

କର୍ଣ୍ଣାଟକରେ ବନ୍ୟା ଉଦ୍ଧାର ଅପରେସନରେ ବୁଡିଲା ରେସ୍କ୍ୟୁ ବୋଟ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରବଳ ବର୍ଷା ଫଳରେ ବନ୍ୟା ସ୍ଥିତି ଏବେ ମଧ୍ୟ ନିୟନ୍ତ୍ରଣ ବାହାରେ ରହିଛି । ତେବେ ବେଲାରୀ ଜିଲ୍ଲାରେ ବନ୍ୟା ରେସ୍କ୍ୟୁ ଅପରେସନରେ ନିୟୋଜିତ ଏକ ବୋଟ ଦୁର୍ଘଟଣାଗ୍ରସ୍ତ ହୋଇଛି (Rescue boat capsized in Bellary) । ଏକ ପରିବାର ପାଣି ଘରରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଏକ ରେସ୍କ୍ୟୁ ବୋଟରେ 3 ଜଣ ଅଗ୍ନିଶମ ଟିମ ସଦସ୍ୟ ଯାଉଥିବା ବେଳେ ପ୍ରଖର ଜଳ ସ୍ରୋତରେ ରବର ବୋଟିଟି ଓଲଟି ପଡିଥିଲା । ତେବେ ଉଦ୍ଧାରକାରୀମାନେ ପ୍ରଶିକ୍ଷିତ ହୋଇଥିବାରୁ ପହଁରି ପହଁରି କୂଳରେ ପହଞ୍ଚିଥିବା ସୂଚନା ମିଳିଛି । ପରେ ଅନ୍ୟ ଏକ ବୋଟରେ ଉକ୍ତ ପରିବାର ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.