Adapa Mandap Bije : ଜନ୍ମଦେବୀକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

By

Published : Jun 22, 2023, 9:15 PM IST

thumbnail

ପୁରୀ: ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ବିଶ୍ବନିଅନ୍ତା । ଆଜି ରଥ ଉପରୁ ଆଡପ ପଣ୍ଡପ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ଦାରୁବିଗ୍ରହ । ଏହା ପୂର୍ବରୁ ଆଜି ରଥ ଉପରେ ସମସ୍ତ ନୀତିକାନ୍ତି କରିଥିଲେ ସେବାୟତ। ଦିନ 3ଟା ସୁଦ୍ଧା ସବୁ ନୀତି ସରିବା ପରେ ରଥରୁ ଘୋଡ଼ା ଖୋଲାଯାଇ ଚାର ମାର ଲାଗି ହୋଇଥିଲା । ପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ନୀତି ପରେ ଆଡପ ମଣ୍ଡପ ବିଜେ ଅନୁଷ୍ଠିତ ହୋଇଥିଲା । ଦଇତାପତି ସେବକମାନେ ଦାରୁ ଦିଅଁଙ୍କୁ ରଥ ପହଣ୍ଡି କରି ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି । ଆଜି ଆଡପ ମଣ୍ଡପ ବିଜେ ନୀତି ପରେ ଆସନ୍ତାକାଲି (ଶୁକ୍ରବାର) ଆଡପ ଅବଢା ବାହାରିବ । ଆଜି ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ବଡ ଠାକୁର ବଳଭଦ୍ର, ପୁଣି ହଳଦୀ ମୁହିଁ ଦେବୀ ସୁଭଦ୍ରା ଶେଷରେ ମହାବାହୁ ମହାପ୍ରଭୁ ଜଗନ୍ନାଥ  ଆଡପ ମଣ୍ଡକୁ  ବିଜେ କରିଥିଲେ । ଏବେ ଜନ୍ମଦେବୀରେ ଲୀଳା ଖେଳା କରିବେ ଦାରୁବ୍ରହ୍ମ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.