Adapa Mandap Bije 2023: ବଡ ଠାକୁରଙ୍କ ଆଡପ ମଣ୍ଡପ ବିଜେ - ରଥଯାତ୍ରା2023
🎬 Watch Now: Feature Video
ପୁରୀ: ଜନ୍ମବେଦୀରେ ଦାରୁବ୍ରହ୍ମ । ନବଦିନାତ୍ମକ ଯାତ୍ରାରେ ଆସି ଆଡପ ମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜିଉ । କାଲି ଠାରୁ ଭକ୍ତଙ୍କୁ ଜନ୍ମବେଦୀରେ ଦେବେ ଦର୍ଶନ। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ରଥ ଉପରୁ ଆଡପ ପଣ୍ଡପ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ଦାରୁବିଗ୍ରହ । ଏହା ପୂର୍ବରୁ ଆଜି ରଥ ଉପରେ ସମସ୍ତ ନୀତିକାନ୍ତି କରିଥିଲେ ସେବାୟତ। ଦିନ 3ଟା ସୁଦ୍ଧା ସବୁ ନୀତି ସରିବା ପରେ ରଥରୁ ଘୋଡ଼ା ଖୋଲାଯାଇ ଚାର ମାର ଲାଗି ହୋଇଥିଲା । ପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ନୀତି ପରେ ଆଡପ ମଣ୍ଡପ ବିଜେ ଅନୁଷ୍ଠିତ ହୋଇଥିଲା । ଦଇତାପତି ସେବକମାନେ ଦାରୁ ଦିଅଁଙ୍କୁ ରଥ ପହଣ୍ଡି କରି ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି । ଆଜି ଆଡପ ମଣ୍ଡପ ବିଜେ ନୀତି ପରେ ଆସନ୍ତାକାଲି (ଶୁକ୍ରବାର) ଆଡପ ଅବଢା ବାହାରିବ । ଆଜି ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ବଡ ଠାକୁର ବଳଭଦ୍ର, ପୁଣି ହଳଦୀ ମୁହିଁ ଦେବୀ ସୁଭଦ୍ରା ଶେଷରେ ମହାବାହୁ ମହାପ୍ରଭୁ ଜଗନ୍ନାଥ ଆଡପ ମଣ୍ଡକୁ ବିଜେ କରିଥିଲେ । ଏବେ ଜନ୍ମଦେବୀରେ ଲୀଳା ଖେଳା କରିବେ ଦାରୁବ୍ରହ୍ମ । ଆଜି ଶ୍ରୀଜିଙ୍କ ଆଡପ ମଣ୍ଡପ ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ ।