Diwali 2023: ଫୁଟିଲା ନାହିଁ ବାଣ, ଆଲୋକମାଳରେ ସଜେଇ ହୋଇଛି ରାଜଧାନୀ

By ETV Bharat Odisha Team

Published : Nov 12, 2023, 8:45 PM IST

thumbnail

ନୂଆଦିଲ୍ଲୀ: ଆଜି ସାରା ଦେଶରେ ବେଶ ଉତ୍ସାହର ସହ ପାଳନ କରାଯାଉଛି ଆଲୋକର ପର୍ବ ଦୀପାବଳି । ଦିଲ୍ଲୀରେ ପ୍ରଦୂଷଣ ପାଇଁ ବାଣ ଫୁଟା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ବାଣ ନଫୁଟିଲେ ମଧ୍ୟ ଆଲୋକମାଳାରେ ସଜେଇ ହୋଇ ଦୀପାବଳି ପାଳଛି ରାଜଧାନୀ । ରାଜଧାନୀର ତମାମ ଐତିହ୍ୟସ୍ଥଳକୁ ଆଲୋକମାଳାରେ ସଜ୍ଜା ଯାଇଛି । ରାଷ୍ଟ୍ରପତି ଭବନ, ସଂସଦ ଭବନ, କେନ୍ଦ୍ରୀୟ ସଚିବାଳୟର ସାଉଥ ଓ ନର୍ଥ ବ୍ଲକ, କର୍ତ୍ତବ୍ୟପଥ, ଐତିହାସିକ ଲାଲକିଲ୍ଲା, କୁତବ ମିନାର ସମେତ ଦିଲ୍ଲୀର ତମାନ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ପୂର୍ବରୁ ବାଣ ବିକ୍ରି ଉପରେ ରୋକ ଲଗାଯାଇଥିଲା । ତେଣୁ ରାଜଧାନୀରେ କୌଣସି ସ୍ଥାନରେ ଆତସବାଜୀ ହେବାର ସୂଚନା ନାହିଁ । ଲୋକେ ଘରକୁ ଆଲୋକରେ ସୁସଜ୍ଜିତ କରି ଓ ଦୀପ ଜାଳି ଦୀପାବଳି ପାଳନ କରୁଛନ୍ତି । ଏହି ଅବସରରେ ରାଜଧାନୀ ଆଉ ଏକ ରେକର୍ଡ ମଧ୍ୟ କରିଛି । ଗତ 8 ବର୍ଷ ମଧ୍ୟରେ ଦିଲ୍ଲୀରେ ଚଳିତ ଥର ଦୀପାବଳିରେ ବାୟୁ ଗୁଣବତ୍ତା ସର୍ବାଧିକ ଉନ୍ନତ ସ୍ତରରେ ରହିଛି । ଦେଖନ୍ତୁ ଦିଲ୍ଲୀରୁ ଚିତ୍ର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.