ଓଲଟା ଚିତ୍ର ଆଙ୍କୁଛନ୍ତି, 7 ମିନିଟରେ ବିଜୁ ପଟ୍ଟନାୟକଙ୍କ ଚିତ୍ର ଆଙ୍କିଲେ ଆୟୁଶ

🎬 Watch Now: Feature Video

thumbnail

ପୁରୀ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 26ତମ ଶ୍ରାଦ୍ଧ ବାର୍ଷିକୀ । ଝଡର ଇଗଲଙ୍କୁ ତିରୋଧାନ ଦିବସରେ ଝୁରୁଛି ଓଡ଼ିଶା । ବିଜୁ ବାବୁଙ୍କ 26ତମ ତିରୋଧାନ ଦିବସରେ ତାଙ୍କର ୫ ଫୁଟ୍ କାନଭାସରେରେ ପେଣ୍ଟିଂ ପ୍ରସ୍ତୁତ କରିଛନ୍ତି ପୁରୀ ଚର୍ଚ୍ଚିତ ଚିତ୍ରକର ତଥା ରିଭର୍ସ ପେଣ୍ଟର ଆୟୁଷ ମହାପାତ୍ର । ପେଣ୍ଟିଂକୁ ସମ୍ପୂର୍ଣ ଓଲଟା ଭାବେ ପ୍ରସ୍ତୁତ କରିଛନ୍ତି ଆୟୁଶ । ଯାହାକୁ ଯେ କେହି ବି ଦେଖିଲେ ଚକିତ ହେବ । ଏହି ପେଣ୍ଟିଂ କରିବା ପାଇଁ  ଆୟୁଷଙ୍କୁ ମାତ୍ର ୭ ମିନିଟ୍ ସମୟ ଲାଗିଥିଲା। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି, ଓଡ଼ିଆ ସ୍ବାଭିମାନର ସୁରକ୍ଷା ସହ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାରେ ବିଜୁ ପଟ୍ଟନାୟକଙ୍କ ଅତୁଳନୀୟ ଅବଦାନ ସର୍ବଦା ଲୋକଙ୍କ ହୃଦୟରେ ରହିଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସର୍ବାଦା ସ୍ମରଣୀୟ ହୋଇ ରହିବେ ବୋଲି ଆୟୁଷ ତାଙ୍କ ପେଣ୍ଟିଂରେ ବାର୍ତ୍ତା ଦେଇଛନ୍ତି । ପୂର୍ବରୁ ପୁରୀ ଆୟୁଷ ମହାପାତ୍ର ଅନେକ ଆକର୍ଷଣୀୟ ରିଭର୍ସ ପେଣ୍ଟିଂ କରି ଚର୍ଚ୍ଚାରେ ରହିଛନ୍ତି । ଏଥିପାଇଁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ମିଳି ସାରିଛି । କମ୍ ବୟସରେ ଜଣେ ଛାତ୍ର ଓଲଟା ଚିତ୍ର ଆଙ୍କିବାକୁ ନେଇ ସବୁ ମହଲରେ ଆୟୁଷଙ୍କ କଳା ଓ ପ୍ରତିଭାକୁ ପ୍ରଶଂସା କରଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.