ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ,ଜଗନ୍ନାଥଙ୍କ ନିକଟରେ ସମୂହ ଦୀପଦାନ କଲେ ବିଜେଡି କର୍ମୀ - ଜଗନ୍ନାଥଙ୍କ ନିକଟରେ ସମୂହ ଦୀପଦାନ କଲେ ବିଜେଡି କର୍ମୀ
🎬 Watch Now: Feature Video

Published : Oct 16, 2023, 12:38 PM IST
ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କର ଦୀର୍ଘାୟୁ କାମନା କରି ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ନିକଟରେ ସମୂହ ଦୀପ ଦାନ କରାଯାଇଛି। ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ବିଜୁ ଯୁବ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଦୀପ ଦାନ କରିଥିଲେ କର୍ମୀ ମାନେ । ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ସମାଜସେବା ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି । ଦୀପଦାନ ସହ ବୃକ୍ଷ ରୋପଣ, ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଅଧିକରୁ ଅଧିକ ଲୋକମାନେ କିଭଳି ବୃକ୍ଷ ରୋପଣ କରିବେ ସେନେଇ ସଚେତନ କରାଯାଉଅଛି । ସେହିପରି ରକ୍ତଦାନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି । ଏଥିପାଇଁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ଅନ୍ୟପଟେ ବରିଷ୍ଠ ସେବାୟତ ତଥା ବିଜେଡି ନେତା ଗୌରହରି ପ୍ରଧାନ କହିଛନ୍ତି ଯେ, ସାରା ଓଡ଼ିଶାବାସୀ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏହି ଉଦ୍ଦେଶ୍ୟ ପୁରୀ ଯୁବ ବିଜୁ ଜନତା ଦଳ ପକ୍ଷରୁ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି ଦୀର୍ଘାୟୁ ହୋଇ ଓଡ଼ିଶା ବାସୀଙ୍କ ଉନ୍ନତି କରି ଚାଲନ୍ତୁ ବୋଲି ବରିଷ୍ଠ ସେବାୟତ ମତ ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଅଦ୍ବିତୀୟ ଅପରାଜେୟ ନବୀନ, 78 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ
ଇଟିଭି ଭାରତ, ପୁରୀ