President in Punjab: ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରାଷ୍ଟ୍ରପତି

By

Published : Mar 9, 2023, 5:44 PM IST

thumbnail

ଚଣ୍ଡିଗଡ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି । ସାଙ୍ଗରେ ପଞ୍ଜାବ ମୁଖ୍ଯମନ୍ତ୍ରୀ ଭଗଓ୍ବନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ । ଏହା ରାଷ୍ଟ୍ରପତି ମୁର୍ମୁଙ୍କର ପ୍ରଥମ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ । ସମଗ୍ର ଦେଶର ଶାନ୍ତି ଓ ସମୃଦ୍ଧି ପାଇଁ ସେ ପ୍ରାର୍ଥନା କରିଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି । ଦର୍ଶନ ଓ ମନ୍ଦିର ପରିସର ପରିକ୍ରମା କରିବା ପରେ ସେ ଶ୍ରଦ୍ଧାଳୁଙ୍କ ସହ ପ୍ରସାଦ ସେବନ କରିଥିଲେ । ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଅମୃତସର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରୋଟୋକଲ ଅନୁସାରେ, ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ପରେ ରାଷ୍ଟ୍ରପତିଙ୍କ କାଫିଲା ସ୍ବର୍ଣ୍ଣ ମନ୍ଦିର ଅଭିମୁଖେ ବାହାରିଥିଲା । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସ୍ବର୍ଣ୍ଣ ମନ୍ଦିରରେ ସାଧାରଣ ଦର୍ଶନ ସାମୟିକ ସମୟ ପାଇଁ ବନ୍ଦ ରଖାଯିବା ସହ ସମଗ୍ର ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.