ମନେ ରହିବ ଏମିତି ବିଦାୟ, ଶୋଭାଯାତ୍ରା କରି ଡାକ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧ୍ବନା - ନିଆରା ଢଙ୍ଗରେ ଅବସରକାଳୀନ ସମ୍ବର୍ଦ୍ଧ୍ବନା
🎬 Watch Now: Feature Video
ବୌଦ୍ଧ: ଦୁଲଦୁଲି ବାଜାରେ ଦୁଲୁକୁଛି ରାସ୍ତା । ଶୋଭାଯାତ୍ରାରେ ହେଉଛି ସହର ପରିକ୍ରମା । ବାଜା ତାଳେତାଳେ ନାଚ ବି ଚାଲିଛି । ଡାକ ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ବେଳେ ଏ ଦୃଶ୍ୟ ଦେଖିବାକୁ ମିଳିଛି । ଅବିଭକ୍ତ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଡାକ ବିଭାଗର ସୁପରିଟେଣ୍ଡେଣ୍ଟ୍ ଦେବୀ ପ୍ରସାଦ ନାୟକଙ୍କୁ ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ ନିଆରା ଢଙ୍ଗରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଦୀର୍ଘ ୩୮ ବର୍ଷ ଧରି ଡାକ ବିଭାଗକୁ ସେବା ଦେଇଥିବା ବରିଷ୍ଠ ଅଧିକାରୀଙ୍କୁ ମୁଣ୍ଡରେ ମୁକୁଟ ପିନ୍ଧାଇ ବାଣ ବାଜା ରୋଷଣୀରେ ସାରା ବୌଦ୍ଧ ସହରର ପରିକ୍ରମା କରାଯାଇଥିଲା । ଡାକ ବିଭାଗର କର୍ମଚାରୀମାନେ ଅବସରପ୍ରାପ୍ତ ଅଧିକାରୀଙ୍କୁ କାନ୍ଧରେ ବସାଇ ନାଚି ଗାଇ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ପରିକ୍ରମା କରାଇଥିଲେ । ଜିଲ୍ଲାରେ ପ୍ରଥମ ଥର ପାଇଁ କୌଣସି ସରକାରୀ ଅଧିକାରୀଙ୍କ ଅବସରଗ୍ରହଣ ପରେ ଏଭଳି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଭାବ ବିହ୍ୱଳ ପରିବେଶ ମଧ୍ୟରେ ଡାକ ଅଧିକାରୀଙ୍କୁ ଏଭଳି ବିଦାୟ ସମ୍ବର୍ଦ୍ଧନା ଲାଗି ସେ ଖୁସି ବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ