ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପୋଲିସ କମିଶନର ଓ ଡିସିପି
🎬 Watch Now: Feature Video
Published : Jan 1, 2024, 10:41 AM IST
New Year 2024: ଭୁବନେଶ୍ବର: ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରାଯାଇଛି । ବର୍ଷ 2024କୁ ନେଇ ଚାରି ଆଡେ ଉତ୍ସବର ମାହୋଲ । ନୂଆବର୍ଷ ଅବସରରେ ଭୁବନେଶ୍ବରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ରର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂ । ପୋଲିସ କମିଶନର କହିଛନ୍ତି , ''2024 ବର୍ଷ ସମସ୍ତଙ୍କ ପାଇଁ ଶାନ୍ତି ଓ ସୁଖ ଆଣି ଦେଉ । ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ । ନୂଆବର୍ଷ ଅବସରରେ ଭଉବନେଶ୍ବରବାସୀଙ୍କୁ ମୋର ଶୁଭେଚ୍ଛା ।'' ସେହିପରି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ସମସ୍ତ ଓଡିଶାବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଉଛି । ମୋର ବିଶ୍ବାସ ନୂଆ ବର୍ଷ ସମସ୍ତଙ୍କ ପାଇଁ ଆଶାର କିରଣ ଆଣିବ । ସମସ୍ତେ ଭଲରେ ରୁହନ୍ତୁ ଓ ସଫଳତା ପାଆନ୍ତୁ । ରାଜ୍ୟ ରାଜଧାନୀରେ ଧୁମଧାମର ସହ ନୂଆବର୍ଷକୁ ସ୍ବାଗତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ନୂଆବର୍ଷ ୨୦୨୪କୁ ସ୍ୱାଗତ କଲେ ରାଜଧାନୀବାସୀ
ଇଟିଭି ଭାରତ, ଭୁବନେଶ୍ବର