ITPO କମ୍ପ୍ଲେକ୍ସ ପ୍ରକଳ୍ପ ଲୋକାର୍ପିତ, କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ - ITPO କମ୍ପ୍ଲେକ୍ସ ପ୍ରକଳ୍ପ ଶ୍ରମିକଙ୍କୁ ସମ୍ମାନ
🎬 Watch Now: Feature Video
ନୂଆଦିଲ୍ଲୀ: ITPO କମ୍ପ୍ଲେକ୍ସର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରକଳ୍ପରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିଛନ୍ତି । ଏହି ଐତିହାସିକ କମ୍ପ୍ଲେକ୍ସକୁ ଅତ୍ୟାଧୁନିକ ଭିତ୍ତିଭୂମି ସହ ପୁନଃନିର୍ମାଣ କରାଯାଇଛି । ଆଜି ଏହାକୁ ଲୋକାର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ଏଥିରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରମିକମାନଙ୍କ ସହ ବାର୍ତ୍ତାଳାପ କରିବା ସହ ଏକ ସମୂହ ଫଟୋ ଶେସନରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆଜି ଏହାର ଲୋକାର୍ପଣ କରାଯାଇଥିବା ବେଳେ ସପ୍ଟେମ୍ବର ମାସରେ ଏଠାରେ ଜି20 ସମ୍ମିଳନୀର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।
123 ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ବିଶାଳ କମ୍ପ୍ଲେକ୍ସକୁ ପ୍ରଗତି ମୈଦାନ କମ୍ପ୍ଲେକ୍ସ ବୋଲି ମଧ୍ୟ କୁହାଯାଏ । ମିଟିଂ, କନଫରେନ୍ସ ଓ ପ୍ରଦର୍ଶନୀ ପରି ଜାତୀୟ ତଥା ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ଏହା ଦେଶର ସର୍ବବୃହତ୍ତ କମ୍ପ୍ଲେକ୍ସ ଭାବେ ମାନ୍ୟତା ପାଇଛି । ପୂର୍ବରୁ ଏଠାରେ ଏକାଧିକ ଐତିହାସିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇସାରିଛି । ଏବେ ଏହାର ଆଧୁନକୀକରଣ କରାଯାଇ ଏହାର ଭିତ୍ତିଭୂମିକୁ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ବିକଶିତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ