ETV Bharat / state

ଅପରାଧି ଚିହ୍ନଟ କରିବ AI କ୍ୟାମେରା, ସ୍ମାର୍ଟସିଟି ପ୍ରକଳ୍ପକୁ ପ୍ରସ୍ତା‌ବ ଦେଲା ପୋଲିସ - AI BASED CAMERA

ଆଉ ଖସିପାରିବେନି ଅପରାଧି । ରାଜଧାନୀରେ AI କ୍ୟାମେରା ଲଗାଇବାକୁ ସ୍ମାର୍ଟସିଟି ପ୍ରକଳ୍ପକୁ ପ୍ରସ୍ତା‌ବ ଦେଲା ପୋଲିସ ।

ଅପରାଧି ଚିହ୍ନଟ କରିବ AI କ୍ୟାମେରା
ଅପରାଧି ଚିହ୍ନଟ କରିବ AI କ୍ୟାମେରା (ETV Bharat Odisha)
author img

By ETV Bharat Odisha Team

Published : Feb 24, 2025, 9:47 PM IST

ଭୁବନେଶ୍ବର: ସହର ଭିତରେ ପଶି ଆତଙ୍କ ରଚିଲେ ଧରାପଡିବେ ଅପରାଧି । ରାଜ୍ୟ ବାହାରୁ ଆସି ଅପରାଧ ଘଟାଇ ଖସି ଯାଇପାରିବେନି ଦୁର୍ବୃତ୍ତ । ରାଜଧାନୀରେ ଅପରାଧି ଓ ଅପରାଧର ଟ୍ରେଣ୍ଡ ଭାଙ୍ଗିବାକୁ ପୋଲିସ ଚଳାଇଛି ସ୍ମାର୍ଟ ସିଟି ପ୍ଲାନ । ଏନେଇ ସହରରେ ବିଭିନ ଛକ ଓ ଗଳି କନ୍ଦିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କ୍ୟାମେରା ଲଗାଇବାକୁ ଯୋଜନା ହୋଇଛି । ଏନେଇ ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ ।

ରାଜଧାନୀରେ ବଢୁଛି ଅପରାଧ:

ବିଗତ କିଛି ଦିନ ଧରି ସହରରେ ଅପରଧିଙ୍କ ଚଳପ୍ରଚଳ ଓ ଗତିବିଧି ଏବେ ପୋଲିସକୁ ଅଡୁଆରେ ପକାଇଛି । ଦୀର୍ଘଦିନ ହେବ ଆପାର୍ଟମେଣ୍ଟର ଲୁଟେରା କେତେବେଳେ କେଉଁ ଆପାର୍ଟମେଣ୍ଟରୁ ଚୋରି କରୁଛନ୍ତି । ଏପରିକି ହାଇ ପ୍ରୋଫାଇଲ୍ ଅଞ୍ଚଳରେ ମଧ୍ୟ ପଶି ରାଜ୍ୟ ବାହାରୁ ଆସି ଚୋରି କରି ଛୁ ମାରୁଛନ୍ତି । କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା ହେଉ ବା ଷ୍ଟାର ହୋଟେଲ ଭିତରେ ବିବାହ ମଣ୍ଡପରୁ ଚୋରି ଘଟଣା ସବୁ କିଛି ଦେଖି ପୋଲିସ ଅପରାଧିଙ୍କ ହାବଭାବ ଓ ଗତିବିଧି ଟ୍ରାକ ପାଇଁ ଏବେ ଫୋକସ କରୁଛି ।

ସ୍ମାର୍ଟସିଟି ପ୍ରକଳ୍ପକୁ ପ୍ରସ୍ତା‌ବ ଦେଲା ପୋଲିସ (ETV Bharat Odisha)

ଅପରାଧିଙ୍କୁ ଚେକ୍‌ ଦେବାକୁ ଯୋଜନା:

ସହର ଭିତରେ ଅପରାଧ ଓ ଅପରାଧିଙ୍କୁ ଚେକ୍ ଦେବା ପାଇଁ ଟେକ୍ନୋଲୋଜିର ଉପାୟ ଆପଣାଇବାକୁ ଯୋଜନା କରିଛି କମିଶନରେଟ ପୋଲିସ । ଭିଡ଼ ଭିତରେ ଅପରାଧିଙ୍କୁ ସହଜରେ ଚିହ୍ନିବା ପାଇ AI ଟେକ୍ନୋଲୋଜିର ସହାୟତା ନେବା ପାଇଁ ଯୋଜନା ଚାଲିଛି । କାରଣ କେତେବେଳେ କେଉଁ ଅପରାଧି ଆସି କେଉଁଠି ଅପରାଧ ଘଟାଇଛି ସେନେଇ ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି ହେଉଛି । ଜେଲ ଫେରନ୍ତା ହେଉ କି ସଜ୍ଜା କାଟି ଜେଲରୁ ଫେରିଥିବା ଅପରାଧି । ଅପରାଧ ସମୟରେ କ୍ୟାମେରା ହାବୁଡ଼ରେ ପଡ଼ିଲେ । ଆପଣାଛାଏ AI ଜରିଆରେ ଚିହ୍ନି ହୋଇଯିବ ଅପରାଧି । ସନ୍ଦିଗ୍ଧ ଅପରାଧିଙ୍କୁ ଚିହ୍ନବା‌ ଓ ତୁରନ୍ତ ସେମାନଙ୍କୁ ଅପରାଧି ଘଟାଇବାର ତତକ୍ଷଣାତ୍ ଟେକ୍ନୋଲୋଜି ମାଧ୍ୟମରେ ଧରିବା ପାଇଁ ଏଭଳି ଯୋଜନ ପରିକଳ୍ପନା ହୋଇଛି ।

ଭୁବନେଶ୍ବରରେ 2000 କ୍ୟାମେରା ଲଗାଇବାକୁ ପ୍ରସ୍ତାବ:

ଭୁବନେଶ୍ୱରରେ ୨୦୦୦ ହଜାର‌ କ୍ୟାମେରା ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଲାଗିଥିବା କ୍ୟାମେରାକୁ ଛାଡି 250ରୁ ଅଧିକ ଲୋକେସନରେ ଏହି ନୂଆ ଟେକ୍ନୋଲୋଜିର AI କ୍ୟାମେରା ଲଗାଇବାକୁ ପ୍ଲାନ୍ କରାଯାଇଛି । କିଏ ଅପରାଧି ଓ କିଏ ଅପରାଧ ପାଇଁ ସହରରେ ଘୁରି‌ ବୁଲୁଛି‌ ସବୁ କିଛି ମନିଟର ପାଇଁ ଏଭଳି ଉପାୟରେ ଟ୍ରାକ କରିବା ପାଇଁ କମିସନରେଟ ପୋଲିସ ଏଭଳି AI କ୍ୟାମେରା ପାଇଁ ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ପ୍ରସ୍ତାବ ସରକାରଙ୍କୁ ଦେଇଛି ।

  1. ଭୁବନେଶ୍ୱରରେ ୨୦୦୦ ହଜାର‌ କ୍ୟାମେରା ଲଗାଇବାକୁ ପ୍ରସ୍ତାବ
  2. 250ରୁ ଅଧିକ ସ୍ଥାନରେ AI କ୍ୟାମେରା ଲଗାଇବାକୁ ପ୍ଲାନ
  3. ସରକାରଙ୍କୁ ପ୍ରସ୍ତାବ ଦେଲା ପୋଲିସ

ଲାଗିବ ଏଆଇ ବେସଡ କ୍ୟାମେରା:

ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ‘ଭୁବନେଶ୍ୱର ଭଳି ସ୍ମାର୍ଟସିଟିରେ ପାଖାପାଖି 1000 କ୍ୟାମେରା ଲାଗିଛି । ଲୋକସଂଖ୍ୟା ଓ ପରିସୀମାକୁ ଦେଖି ଆହୁରି କ୍ୟାମେରା ଲଗାଇବାର ଆବଶ୍ୟକତା ଅଛି । ତେଣୁ ଆମେ ଆହୁରି କ୍ୟାମେରା ଲଗାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛୁ । କେବଳ‌ କ୍ୟାମେରା ନୁହେଁ AI ବେସଡ କ୍ୟାମେରା ।ଯଦି କୌଣସି ଅପରାଧି ବା ସନ୍ଦେହ ଜନକ ଅବସ୍ଥାରେ ରହିଥିଲେ ସେସବୁ ମନିଟର କରିହେବ । ହ୍ୟୁମାନ ଆନାଲିସ ଦ୍ବାରା AI ଟେକ୍ନୋଲୋଜି ଜରିଆରେ ଏହା ଆହୁରି ତ୍ବରାନ୍ବିତ ହୋଇପାରିବ । ଆମେ ବିଶ୍ବାସ କରୁଛୁ ଏଭଳି କ୍ୟାମେରା ଓ ଟେକ୍ନୋଲୋଜିର ବ୍ୟବହାର ଦ୍ବାରା ପୋଲିସ ଯେଉଁ ପ୍ରିଭେନସନ ଓ ଡିଟେକ୍ସନ ସେବା ଯୋଗାଉଛି ତାହା ଆହୁରି ତ୍ବରାନ୍ବିତ ହୋଇପାରିବ ।

ଅପରାଧି ଚିହ୍ନଟ କରିବ AI କ୍ୟାମେରା
ଅପରାଧି ଚିହ୍ନଟ କରିବ AI କ୍ୟାମେରା (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି, ‘ବିଗତ କିଛି ଦିନ ଧରି ଯେଭଳି ଅପରାଧିକ ତତ୍ତ୍ବ ଘଟୁଛି । ଆମକୁ ଶିଖିବାକୁ ପଡିବ ଆମକୁ ଆହୁରି କ୍ୟାମେରା ଅଧିକ ଲଗାଇବାକୁ ପଡିବ । ଦ୍ବିତୀୟ କଥା ହେଉଛି ଜନସାଧାରଣଙ୍କୁ ମଧ୍ୟ ନିବେଦନ କରୁଛୁ କେବଳ ସୁରକ୍ଷା ଓ ନିରାପତ୍ତା ଯେ କେବଳ ପୋଲିସର ନୁହେଁ ଏହା ଏକ କମିସନରେଟ ପୋଲିସର ସହଭାଗିତା ରହିଛି । ତେଣୁ ଜନସାଧାରଣ ମଧ୍ୟ ସେମାନେ ମଧ୍ୟ ସେମାନଙ୍କର ଧନ ଜୀବନ ପ୍ରତି ସୁରକ୍ଷା ପାଇଁ କ୍ୟାମେରା ଓ ସୁରକ୍ଷିତ ବ୍ୟବସ୍ଥା ଓ ସତର୍କ ରୁହନ୍ତୁ ଫଳରେ ଅସାମାଜିକ ତତ୍ତ୍ବ ଠାରୁ ବର୍ତ୍ତି ହେବ ।

IBIOS ଟେକ୍ନୋଲୋଜି ଆପ ଚାଲିଛି ଟେଷ୍ଟିଂ:

କେବଳ କ୍ୟାମେରା ନୁହେଁ ପୋଲିସ ମଧ୍ୟ ଏକ ଆପ ବ୍ୟବହାର କରୁଛି । ଯାହାର‌ ନା ରହିଛି IBIOS ଆପ । ଏହା ଜରିଆରେ ଭୁବନେଶ୍ୱର ରାତ୍ରିକାଳୀନ ସମୟରେ ପାଟ୍ରୋଲିଂ ଓ ବିଭିନ୍ନ ଖଟ୍ଟି ଆଡ୍ଡା ଓ ସନ୍ଦିଗ୍ଧ ସ୍ଥାନରେ ଅତର୍କିତ ଚଢ଼ାଉ ବେଳେ ପୋଲିସ ଏହି ଆପ୍‌ ବ୍ୟବହାର କରୁଛି । ଏହି ଆପ ଜରିଆରେ ସହଜରେ ଅପରାଧିଙ୍କୁ ଚିହ୍ନିହେବ ।

କେମିତି କାମ କରୁଛି ଏହି ଆପ୍‌ ?

ଏହି ଆପ ଜରିଆରେ ଯେ କେହି ବି ସନ୍ଦେହ ବା ସନ୍ଦିଗ୍ଧ ନଜରକୁ ଆସିଲେ ତାର ଫଟୋକୁ ଆପ ଜରିଆରେ ସ୍କାନ କଲେ ସେହି ଲୋକର ଅପରାଧିକ ରେକର୍ଡ ଅଛି କି ନାହିଁ ତାହା ମଧ୍ୟ ଜାଣି ହେଉଛି । ସେହି ଆପ୍ଲିକେସନ ଦ୍ବାରା ଯେତେବେଳେ ଚେକିଂ ହେଉଛି ଆଉ କୌଣସି ଯାଗାରେ ସନ୍ଦେହଜନକ ଲୋକକୁ ମିଳୁଛି । ସେହି ବ୍ୟକ୍ତିର ଫଟୋ ନେଇକି ଫେସିଆଲ ରିକଜିନେସନ ମାଧ୍ଯମରେ ଜାଣିହେଉଛି । ସେହି ଲୋକର ପୁରୁଣା ଅପରାଧିକ ଇତିହାସ ଅଛି କି ନାହିଁ । ତାର‌ ପରିଚୟ ଯେଉଁ ଦେଉଛି ଠିକ ଦେଉଛି କି ନାହିଁ । ତା‌ର କୌଣସି ପ୍ରକାର କେସ ଅଛି କି ନାହିଁ ଜାଣିହେବ । ଏହି ପ୍ରକାର ଆପ୍ଲିକେସନ ଏବେ ନୂଆ ଡେଭଲପ କରଯାଇଛି ।

ଯାହାକି ପିସିଆର ଏବଂ ଏନଫୋର୍ସମେଣ୍ଟ ସମୟରେ ଅଧିକ ଉପଯୋଗୀ । ଲୋକଙ୍କର ପରିଚୟ ଜାଣିହେବ । ତାର ଚରିତ୍ର ବା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଅନସ୍ପଟ ଜାଣିହେବ । ଏହି ଆପରେ ପୂର୍ବରୁ ବିଭିନ୍ନ ଅପରାଧିକ ଘଟଣାରେ ଗିରଫ ହୋଇଥିବା ଅପରାଧି ମାନଙ୍କର ଡାଟା ଅପଲୋଡ଼ ହୋଇ ରହୁଛି । ଯାହାଦ୍ବାରା ତାର ଫଟୋ ବା ଫିଙ୍ଗର ପ୍ରିଣ୍ଟ ଯାହା ଗିରଫଦାରି ସମୟରେ ପୋଲିସ ନେଇଥାଏ । ସେହି ରେକର୍ଡରୁ ପୋଲିସ ସହଜରେ ଧରିବା ପାଇଁ ଏହି ଆପ ସହାୟ ହେଉଛି ।

ପୂର୍ବରୁ SCRB ଆପ ରହିଛି:

ଏସିସିଆରବି ହେଉଛି ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା ଅପରାଧ ନଥିପତ୍ର ରେକର୍ଡ ସଂସ୍ଥାନ । ଯେଉଁଠି ରାଜ୍ୟ ପୋଲିସର ସମସ୍ତ ତଥ୍ୟର ଡାଟା ସେହି ଠାରେ ରଖାଯାଏ ବା ଡିଜିଟାଲ ଡାଟା ବେସ ଦ୍ବାରା ରଖାଯାଇଥାଏ । ଅର୍ଥାତ୍ ଥାନାରେ ରିପୋର୍ଟ ହେଉଥିବା ସମସ୍ତ ପ୍ରକାର ରିପୋର୍ଟ ଏଫ୍ ଆଇଆର ଓ ଗିରଫ ହେଉଥିବା ଅଭିଯୁକ୍ତ ମାନଙ୍କର ଫିଙ୍ଗର ପ୍ରିଣ୍ଟ ଓ ଫଟୋ ଓ ବାଇମେଟ୍ରିକ ଯାହା ଥାନାରେ ସଂଗୃହିତ ହୋଇଥାଏ ତାହା ଏସସିଆରବିରେ ସୁରକ୍ଷିତ ରଖାଯାଇଥାଏ ରାଜ୍ୟର ସମସ୍ତ ଅପରାଧର ନଥିପତ୍ର ଅପରାଧିଙ୍କ ତଥ୍ୟ ଓ ସମସ୍ତ ପ୍ରକାର କେସର ସବୁ ପ୍ରକାର ଡାଟାକୁ ସୁରକ୍ଷିତ ଭାବେ ଥାନାସ୍ତରରୁ ଡିଜି ଅଫିସ୍ ଓ‌ କୋର୍ଟ ଯାଏ ଯାହା ସଂଗୃହିତ ହୋଇଥାଏ‌ ତାହା ରଖାଯାଇଥାଏ । ସେସବୁ ମଧ୍ୟ ଏହି ସବୁ ଆପ ସହ ମଧ୍ୟ ଲିଙ୍କ କରାଇ କ୍ରିମିନାଲ ଟ୍ରାକ ସିଷ୍ଟମ୍ ଆହୁରି କଠୋର କରିବା ପାଇଁ ଯୋଜନା ଚାଲିଛି ।

ଏହା ମଧ୍ୟ ପଢନ୍ତୁ:

ରାଜଧାନୀରେ ୨ ଦିନରେ ଗଡିଲା ୪ ମୁଣ୍ଡ, ରାଜ୍ୟରେ ଉପରମୁହାଁ ସଡକ ଦୁର୍ଘଟଣା

ଗାଡି ପାର୍କିଂ ବେଳେ ରୁହନ୍ତୁ ସତର୍କ: ମାତିଛନ୍ତି ଚୋର ଗ୍ୟାଙ୍ଗ, ସାମିଲ ମେକାନିକ

ଆପାର୍ଟମେଣ୍ଟ ଲୁଟବେଳେ ଏନକାଉଣ୍ଟର, ପୋଲିସ ଗୁଳିରେ ଲୁଟେରା ଆହତ

ରାଜଧାନୀରେ ହଷ୍ଟେଲ ଓ ମେସ୍‌ ଦେଖି ଲୁଟୁଛନ୍ତି, ସିସିଟିଭିରେ ଲୁଟ୍‌ ଦୃଶ୍ୟ

ଷ୍ଟାର ହୋଟେଲରେ ଲୁଟିଲେ ୧୭ ଭରି ସୁନା, ବିବାହ ବ୍ରତଘର ପାଇଁ ପୋଲିସର ନୁଆ ଫର୍ମୁଲା

ଫେସ୍ ରିକଜିନେସନ କଣ ?

ରାଜ୍ୟରେ ପ୍ରଥମ କରି ଏପରି ଫେସ୍ ରିକଜିନେସନ ଆପ୍ ବ୍ୟବହାର ହେବାକୁ ହେଉଛି । ଯେଉଁଠି ନୂଆ ପୋଲିସର ଏହି ବିକଶିତ ଆପ୍ଲିକେସନ୍ ଜରିଆରେ ଏଭଳି ଅପରାଧିଙ୍କର ପୂରା ତଥ୍ୟକୁ ସେମାନଙ୍କ ଫଟୋ ଉଠାଇ ଯେକୌଣସି ସ୍ଥାନରୁ ଯାଞ୍ଚ କରାଯାଇ ପାରୁଛି । ଅର୍ଥାତ୍ କେଉଁଠି ଏକ ଲୋକର‌ ତଥ୍ୟ ଜାଣିବା ପାଇଁ ପୋଲିସକୁ ଥାନାକୁ ଆସିବାକୁ ପଡ଼ୁଥିଲା ବା ଫୋନ ଯୋଗେ ଥାନାକୁ ବା ପୋଲିସ ମୁଖ୍ୟାଳୟକୁ ଯୋଗାଯୋଗ କରି ଭେରିଫିକେସନ କରାଯାଉଥିଲା । ଯାହାକି କମ୍ପୁଟର ବା ଲାପଟପ ବ୍ୟବହାର କରି ପୋଲିସ ସେମାନଙ୍କର ଡାଟାକୁ ଚେକ୍ କରୁଥିଲା । କିନ୍ତୁ ଏହି ଆପ ଜରିଆରେ ଯେଉଁଠି ବି ସନ୍ଦେହ ହେଉଥିବା ଲୋକର ଫଟୋକୁ ସେହି ଆପ ଖୋଲି ଉଠାଇବା ପରେ ଭେରିଫିକେସନ କଲେ ତୁରନ୍ତ ତା ନାଁରେ କୌଣସି ଅପରାଧିକ ରେକର୍ଡ ଥିଲେ ଜଣାପଡିଯାଉଛି କ୍ଷଣିକ ମଧ୍ୟରେ । ଏନେଇ ଏହି ଆପକୁ ପୋଲିସ ଏବେ ପରୀକ୍ଷଣ ଭାବେ ଏବେ ବ୍ୟବହାର କରୁଛି । ଭୁବନେଶ୍ୱର ଅନେକ ଲୋକ ଚଳପ୍ରଚଳ ଦେଖି ସନ୍ଦେହ ଜନକ ହେଲେ ଯାଞ୍ଚ କରୁଛନ୍ତି ଫଳରେ ଆପର ବ୍ୟବହାର ନେଇ ସମସ୍ୟା ବା ସଫଳତା ସମ୍ପର୍କରେ ଏବେ ପୋଲିସ ପରୀକ୍ଷା ମୂଳକ ଭାବେ ଜାଣିପାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.