ETV Bharat / state

ନନ୍ଦନକାନନକୁ ଆସିଲା ନୂଆ ଅତିଥି, ଶାବକକୁ ଜନ୍ମ ଦେଲା ବାଘୁଣୀ ଅଙ୍କିତା - TIGRESS ANKITA GIVES BIRTH

ତୃତୀୟ ଥର ପାଇଁ ମାଆ ହୋଇଛି ବାଘୁଣି ଅଙ୍କିତା । ବର୍ତ୍ତମାନ ସୁଦ୍ଧା 8ଟି ସନ୍ତାନକୁ ଜନ୍ମ ଦେଇସାରିଛି ।

TIGRESS ANKITA GIVES BIRTH
TIGRESS ANKITA GIVES BIRTH (ETV BHARAT ODISHA)
author img

By ETV Bharat Odisha Team

Published : Feb 24, 2025, 9:39 PM IST

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ କୁନି ଅତିଥି । ଶାବକ ଜନ୍ମ ଦେଲା ବାଘୁଣୀ ଅଙ୍କିତା । ପ୍ରାୟ ୧୩ ବର୍ଷ ୧ ମାସ ବୟସର ବାଘୁଣୀ ଅଙ୍କିତା ୧୦୩ ଦିନ ଗର୍ଭଧାରଣ ପରେ ଆଜି ସକାଳେ ଏକ ଶାବକକୁ ଜନ୍ମ ଦେଇଛି । ଉଭୟ ମାଆ ଏବଂ ଶାବକ ସୁସ୍ଥ ଥିବା ବେଳେ ସିସିଟିଭି ନଜରରେ ରଖାଯାଇଛି।

ବାଘ ସଂଖ୍ୟା ୨୮କୁ ବୃଦ୍ଧି:

ବାଘ ଶାବକର ଲିଙ୍ଗ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ । ଏହି ଶାବକଟି ଜନ୍ମ ହେବା ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମୋଟ ବାଘ ସଂଖ୍ୟା ବର୍ତ୍ତମାନ ୨୮କୁ ବୃଦ୍ଧି ପାଇଛି । ଏଥିମଧ୍ୟରେ ୧୬ ଟି ପୁରୁଷ, ୧୧ ମହିଳା ଓ ୧ ଲିଙ୍ଗ ଚିହ୍ନଟ ହୋଇନାହିଁ ।

୮ଟି ସନ୍ତାନର ମାଆ ବାଘୁଣୀ ଅଙ୍କିତା :

TIGRESS ANKITA GIVES BIRTH (ETV BHARAT ODISHA)

ବାଘୁଣୀ ଅଙ୍କିତା ନନ୍ଦନକାନନରେ ରିଷି ଏବଂ ସାରାଙ୍କ ଔରସରୁ ୨୦୧୨ ମସିହା ଜାନୁଆରୀ ୧୩ ତାରିଖରେ ଜନ୍ମ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଅଙ୍କିତା ମୋଟ ୮ ଟି ସନ୍ତାନ ଜନ୍ମ ଦେଇଛି । ପ୍ରଥମେ ୨ଟି ଶାବକ ୨୦୧୮ ମସିହା ୧୨ ଜାନୁଆରୀରେ ଜନ୍ମ ହୋଇଥିଲା, ସେମାନଙ୍କ ମଧ୍ୟରେୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଇ (ସିଲ୍କି) ଥିଲା । ଗୋଟିଏ ଦିନ ପରେ ଅଣ୍ଡିର ଶାବକର ତାର ମୃତ୍ୟୁ ହୋଇଥିଲା । ଏହାପରେ ଦ୍ୱିତୀୟଥର ଗର୍ଭବତୀ ହୋଇ ଅଙ୍କିତା ୨୦୨୩ ଫେବ୍ରୁଆରୀ ୧୭ ତାରିଖରେ ୫ ଟି ଶାବକକୁ ଜନ୍ମ ଦେଇଥିଲା । ଯେଉଁଥିରେ ଗୋଟିଏ ଅଣ୍ଡିରା (ଅମିତ), ତିନୋଟି ମାଈ ଶାବକ (ଶ୍ରୀ, ଜୟଶ୍ରୀ, ତୃପ୍ତି) ରହିଥିଲେ ଓ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି ଆଉ ଗୋଟିଏ ଶାବକକୁ ଜନ୍ମ ଦେଇଛି ଅଙ୍କିତା। ବାଘୁଣୀ ଅଙ୍କିତାଙ୍କ ଆଠଟି ଛୁଆ ମଧ୍ୟରୁ ଦୁଇଟିର ମୃତ୍ୟୁ ହୋଇଥିବା ବେଳେ ଯାଇଥିବା ବେଳେ ୫ ଟି ବର୍ତ୍ତମାନ ସୁଧା ବଞ୍ଚିଛନ୍ତି । ମାଇ ଶାବକ (ସିଲ୍କି) କୁ ୨୦୨୧ ମସିହା ମାର୍ଚ୍ଚ ୧୭ ତାରିଖରେ ଜୟପୁର ଚିଡ଼ିଆଖାନାକୁ ଏବଂ ଅନ୍ୟ ଏକ ମାଇ ଶାବକ (ତୃପ୍ତି) କୁ ୨୦୨୪ ମସିହା ଅଗଷ୍ଟ ୨୭ ତାରିଖରେ କୋଲକାତାର ଆଲିପୁର ଚିଡ଼ିଆଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

TIGRESS ANKITA GIVES BIRTH
TIGRESS ANKITA GIVES BIRTH (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ତୃତୀୟ ଥର ମାଆ ହେଲା ବାଘୁଣୀ ରୂପା, ନନ୍ଦନକାନନରେ ଜନ୍ମ ନେଲେ ୪ ଶାବକ - WHITE TIGRESS GIVES BIRTH

ଏହା ବି ପଢନ୍ତୁ...ଶିମିଳିପାଳରେ ଯମୁନାର ପ୍ରଥମ ଶିକାର, ବାରହାକୁ କଲା ଆହାର

୬ ବର୍ଷ ମଧ୍ୟରେ ତିନି ଥର ମା ହୋଇଛି ଧଳା ବାଘୁଣୀ ରୂପା:

ଗତ ବର୍ଷ ନଭେମ୍ବରରେ ତୃତୀୟ ଥର ପାଇଁ ମା' ହୋଇଥିଲା ଧଳା ବାଘୁଣୀ ରୂପା । ଧଳା ବାଘୁଣୀ ରୂପା ୨୦୧୮ ମସିହା ଅକ୍ଟୋବର ୨୨ ତାରିଖରେ ବାଘ ରୋଶନ୍ ଏବଂ ବାଘୁଣୀ ବିଜୟାଠାରୁ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲା । ପ୍ରଥମ ଥର ବାଘ ରାଜେଶ ସହିତ ମିଶି ୨୦୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ମାଆ ହୋଇଥିଲା ରୂପା । ସେହି ସମୟରେ ୩ ଟି ​​ଶାବକକୁ ଜନ୍ମ ଦେଇଥିଲା । ଜନ୍ମ ଦେବାର ଏକ ମାସ ମଧ୍ୟରେ ୨ ଟି ଶାବକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ବଞ୍ଚିଥିବା ଧଳା ବାଘୁଣୀ (ହିମାଂଶୀ)କୁ ବାଘୁଣୀ ରୂପା ଆପଣାଇନଥିଲା । ତେବେ କେୟାର ଟେକର ମାଧ୍ୟମରେ ପାଳିତ ହୋଇଥିଲା ବାଘୁଣୀ ହିମାଂଶୀ । ତେବେ ହିମାଂଶୀକୁ ପଶୁ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଏହାକୁ ୨୦୨୪ ମସିହା ଜୁଲାଇ ୯ ତାରିଖରେ ଭଗବାନ ବିର୍ସା ବାୟୋଲୋଜିକାଲ ପାର୍କକୁ ପଠାଯାଇଥିଲା ।

ନନ୍ଦନକାନନରେ ଧଳା ବାଘୁଣୀ ମୌସୁମୀ:

ବାଘୁଣୀ ମୌସୁମୀ ମଧ୍ୟ ଗତ ବର୍ଷ ଏକ ଶାବକକୁ ଜନ୍ମ ଗ୍ରହଣ କରିଛି । ମୌସୁମୀ ଛୁଆଟିର ଯତ୍ନ ନେଉଥିଲା । ଉଭୟ ମାଆ ମୌସୁମୀ ଏବଂ ଶାବକଟି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ଧଳା ବାଘୁଣୀ ସେହ୍ନା ଓ ମହାବଳ ବାଘ ମନିସର ମିଳନରୁ ୨୦୧୬ ମସିହା ଅଗଷ୍ଟ ମାସ ୫ ତାରିଖରେ ଜନ୍ମ ନେଇଥିଲା ଧଳା ବାଘୁଣୀ ମୌସୁମୀ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ପ୍ରଥମ କରି ୨୦୨୨ ମସିହା ନଭେମ୍ୱର ମାସରେ ମୌସୁମୀ ସହିତ ହାଇଦ୍ରାବାଦରୁ ଆସିଥିବା ଧଳା ବାଘ ସାହିଲ ସହିତ ମିଳନ କରାଇଥିଲେ । ଏଥିରେ ମଧ୍ୟ ମୌସୁମୀ ଗର୍ଭବତୀ ହୋଇଥିଲା । କିନ୍ତୁ ଶେଷ ସମୟରେ ସେ ମାଆ ହେବାରୁ ବଞ୍ଚିତ ହୋଇଥିଲା ।

ନନ୍ଦନକାନନରେ ଧଳା ଓ କଳା ବାଘ ପ୍ରଜନନ:

ଧଳା ଓ କଳା ବାଘ ପ୍ରଜନନ କରାଇବାରେ ଇତିହାସ ରଚିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଗତ କିଛି ବର୍ଷ ଧରି ଧଳା ଓ କଳା ବାଘଙ୍କୁ ନନ୍ଦନକାନନର ଗର୍ବ ଭାବେ ବିବେଚନା କରାଯାଉଛି । ନନ୍ଦନକାନନରେ ଜନ୍ମଗ୍ରହଣ କରୁଥିବା ଧଳା ଓ କଳା ବାଘ ଏବେ ଦେଶର ଅନେକ ଚିଡ଼ିଆଖାନାରେ ଅଛନ୍ତି । ସେଠାରେ ମଧ୍ୟ ନନ୍ଦନକାନନ ପଦ୍ଧତି ଅନୁସରଣ କରି ବାଘ ବଂଶକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରହିଛି । ତେଣୁ ବାଘ ବଂଶ ବୃଦ୍ଧିରେ ନନ୍ଦନକାନନ ଭାରତରେ ଏକ ପ୍ରମୁଖ ପ୍ରାଣୀ ଉଦ୍ୟାନ ଭାବରେ ପରିଗଣିତ ହେଉଛି। ନନ୍ଦନକାନନରେ ପାଖାପାଖି ଧଳା ବାଘ ୫ ରୁ ୬ ଟି ଅଛନ୍ତି କଳା ବାଘ ୪ ଟି ଅଛନ୍ତି । ସାଧାରଣ ନାଲି ବାଘ(ମହାବଳ) ୧୬ ରୁ ୧୭ ଟି ରହିଛନ୍ତି । ଏହା ସହ ମେଲାନିଷ୍ଟିକ ବାଘ ମଧ୍ୟ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.