thumbnail

By ETV Bharat Odisha Team

Published : Jan 14, 2024, 9:24 PM IST

ETV Bharat / Videos

ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ, ବାସଭବନରେ ଗୋମାତାଙ୍କୁ ଖାଦ୍ୟ ଖୁଆଇଲେ

ନୂଆଦିଲ୍ଲୀ: ଆସନ୍ତାକାଲି ଉତ୍ତର ଭାରତୀୟ ରାଜ୍ୟରେ ମକର ସଂକ୍ରାନ୍ତି ପାଳନ ହେବାକୁ ଯାଉଥିବା ବେଳେ ଆଜି (ରବିବାର) ଦକ୍ଷିଣ ଭାରତରେ ପାଳିତ ହେଉଛି ପୋଙ୍ଗଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ପୋଙ୍ଗଲ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏଲ.ମୁରୁଗନଙ୍କ ବାସଭବନରେ ଆୟୋଜିତ ପୋଙ୍ଗଲ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ଦକ୍ଷିଣ ଭାରତୀୟ ଧୋତି ଓ କୁର୍ତ୍ତାରେ ଦେଖିବାକୁ ମିଳିଥିଲା । ପାରମ୍ପରିକ ଭାବେ ସେ ପୂଜାର୍ଚ୍ଚନା କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଉପଭୋଗ କରିଥିଲେ । ଜଣେ କୁନି ଛାତ୍ରୀ ସଙ୍ଗୀତ ପରିବେଷଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଛାତ୍ରୀ ଜଣଙ୍କୁ ଏକ ସାଲ ଉପହାର ସ୍ବରୂପ ପ୍ରଦାନ କରିଥିଲେ । ସମ୍ମିଳିତ ଲୋକଙ୍କୁ ସମ୍ବୋଧିତ କରିବା ସହ ପୋଙ୍ଗଲର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ପରେ ପ୍ରଧାନମନ୍ତ୍ରୀ ଲୋକକଲ୍ୟାଣ ମାର୍ଗରେ ଥିବା ନିଜ ବାସଭବନରେ ଗୋମାତାଙ୍କୁ ଖାଦ୍ୟ ମଧ୍ୟ ଖୁଆଇଥିଲେ । ଦେଖନ୍ତୁ କେମିତି ଥିଲା ପ୍ରଧାନମନ୍ତ୍ରୀଙ୍କ ପୋଙ୍ଗଲ ପାଳନ ....

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.