thumbnail

କେମିତି ଥିଲା ପାପୁଆ ନ୍ୟୁ-ଗିନି ଗସ୍ତ, ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

By

Published : May 22, 2023, 9:16 PM IST

ନୂଆଦିଲ୍ଲୀ: ସିରିଜ ବିଦେଶ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ-ଗିନିରେ ଭବ୍ୟ ସ୍ବାଗତ ସହ ସେଠାକାର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ନିଜର ଏହି ସ୍ମରଣୀୟ ଗସ୍ତକୁ ମନେ ପକାଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଭିଡିଓ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ସେ ପାପୁଆ-ନ୍ୟୁ ଗିନିରେ ପହଞ୍ଚିବା ପରେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଜେମସ ମାରାପେ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ । ସ୍ବାଗତ ବେଳେ ମାରାପେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ସ୍ପର୍ଷ କରିବା ଦୃଶ୍ୟ ସମଗ୍ର ଅନ୍ତର୍ଜାତୀୟ ଗଣମାଧ୍ୟମର ହେଡଲାଇନରେ ରହିଥିଲା । ପରେ ତାଙ୍କୁ ବିମାନ ବନ୍ଦରରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ସହ ସ୍ବାଗତ କରିଯାଇଥିଲା । ସେଠାରେ ତାଙ୍କୁ ସାକ୍ଷାତ କରିବା ପାଇଁ ବିମାନ ବନ୍ଦର ବାହାରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ପରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ନିଜର ଏହି ଗସ୍ତର ଏକ ହାଇଲାଇଟ ଭିଡିଓ ପ୍ରଧାନମନ୍ତ୍ରୀ  ଟ୍ବିଟରରେ ସେୟାର କରିଛନ୍ତି । ଦେଖନ୍ତୁ...  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.