Hockey World Cup 2023: ଇଣ୍ଡିଆ ଓ ଇଂଲଣ୍ଡ ମ୍ୟାଚ ଡ୍ର, ପ୍ରତିକ୍ରିୟା ରଖିଲେ ଖେଳାଳି - ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17494006-thumbnail-3x2-hockey.jpg)
ରାଉରକେଲା: ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ହାଇ ଭୋଲ୍ଟେଜ ମ୍ୟାଚ ଡ୍ର ହୋଇଛି । ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ କ୍ବାର୍ଟରରୁ ହିଁ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଭାରତୀୟ ଦଳ ମଧ୍ୟ ଗୋଲ କରିବାକୁ ସୁଯୋଗ ପାଇଥିଲେ ସୁଦ୍ଧା ଗୋଲ ହୋଇନଥିଲା । ଅନ୍ୟପକ୍ଷରେ ଇଂଲଣ୍ଡ ମଧ୍ୟ ଜୋରଦାର ଟକ୍କର ଦେଇ ଭାରତୀୟ ଦଳ ଉପରେ ଚାପ ପକାଇଥିଲା । କିନ୍ତୁ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି କୌଣସି ଗୋଲ ଲୁଜ୍ ନକରି ଡ୍ରରେ ମ୍ୟାଚକୁ ଶେଷ କରିଥିଲା ।
Last Updated : Feb 3, 2023, 8:39 PM IST