thumbnail

ପରିବେଶ ସୁରକ୍ଷା ନେଇ ନିଆରା ବାର୍ତ୍ତା, ବର ଓ ଅଶ୍ୱସ୍ଥ ଗଛର ବିବାହ

By

Published : May 15, 2023, 9:08 PM IST

ବାଲେଶ୍ବର: ବର ସାଙ୍ଗରେ ଓସ୍ତର ବିବାହ । କଥାଟା ଶୁଣିଲେ ଟିକିଏ ଅଡୁଆ ଲାଗିପାରେ । ହେଲେ ବାଲେଶ୍ଵର କଚେରୀ ପରିସରରେ ଥିବା ବର ଓ ଅଶ୍ୱସ୍ଥ ଗଛର ବିବାହ କରାଯାଇଛି । ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ଏଭଳି ଏକ ନିଆରା ପଦକ୍ଷେପ ନିଆଯାଇଛି । ଉଦ୍ଦେଶ୍ୟ ପରିବେଶ ସୁରକ୍ଷା । ଆଜି ସହର ହେଉକି ଗାଁ ସବୁ ଜାଗାରେ ରାସ୍ତା, କୋଠା ଆଦି ତିଆରି କରିବା ପାଇଁ ଲକ୍ଷାଧିକ ସଂଖ୍ୟାରେ ଗଛ କଟା ଯାଉଛି । ଯେଉଁ ପରିମାଣରେ ବୃକ୍ଷ କଟା ଯାଉଛି, ସେତିକି ପରିମାଣରେ ରୋପଣ ହେଉନାହିଁ । ଯେଉଁଥିପାଇଁ ଏକ ପ୍ରକାର ପରିବେଶ ସନ୍ତୁଳନ ହୋଇ ପାରୁନାହିଁ । ତେଣୁ ଗଛ ଲଗାଇବା ଓ ଗଛର ଯତ୍ନ ନେଇ ସୁସ୍ଥ ପରିବେଶ ଗଢି ତୋଳିବା ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଇ ଏଭଳି ନିଆରା ପ୍ରୟାସ କରାଯାଇଛି । ଗଛକୁ ଦେବତା ମାନୁଥିବା ମଣିଷମାନେ ଗଛ ଲଗାଇ ଆଗାମୀ ପିଢିଙ୍କୁ ମଧ୍ୟ ଗଛର ଯତ୍ନ ନେବାପାଇଁ ଆହ୍ବାନ ଦେଇଛନ୍ତି । କଚେରୀ ପରିସରରେ ୨୦୦୭ ମସିହାରେ ଲଗାଯାଇଥିବା ବର ଓ ଅଶ୍ବସ୍ଥ ବୃକ୍ଷର ବିବାହ ବାର୍ଷିକ ଉତ୍ସବ କରାଯାଇଛି । ସାଧାରଣ‌ ମଣିଷ ମାନଙ୍କ ବିବାହ ଭଳି ବର ଅଶ୍ବସ୍ଥ ବୃକ୍ଷର ବିବାହ ଉତ୍ସବ ପାଳିତ ହୋଇଥିଲା । ଦଶ ବର୍ଷ ପରେ ଏହାର ବିବାହ ଅନୁଷ୍ଠିତ ହୋଇଥିଲା । ବାଲେଶ୍ଵରର ଓକିଲ ସଂଘ,ଭେଣ୍ଡର ସଂଘ,ମହୀରର ସଂଘ, ସହରର ଦୋକାନ ବ୍ୟବସାୟୀ ସମସ୍ତେ‌ ଉପସ୍ଥିତ ରହି ଆନନ୍ଦ ସହକାରେ ଏହି ଉତ୍ସହ ପାଳନ କରିଥିଲେ ଏବଂ ବୃକ୍ଷରୋପଣ କରି ଏକ ସୁସ୍ଥ ସମାଜ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ । 

ଇଟିଭି ଭାରତ, ବାଲେଶ୍ବର  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.