Watch: ଧାରା ୩୭୦ ଉଚ୍ଛେଦକୁ ୪ବର୍ଷ, PDP କର୍ମୀଙ୍କ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

By

Published : Aug 5, 2023, 6:42 PM IST

thumbnail

ଶ୍ରୀନଗର: ଆଜି ଧାରା ୩୭୦ ଉଚ୍ଛେଦ ଓ ୩୫-ଏକୁ ପୁରିଛି ୪ ବର୍ଷ । ଏହାସହିତ ଜମ୍ମୁକାଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳ (ଜମ୍ମୁକାଶ୍ମୀର ଓ ଲଦାଖ)ରେ ବିଭକ୍ତ କରାଯାଇଥିଲା । ଏହି ଧାରା ଉଚ୍ଛେଦ ପରେ ଭାରତର ସ୍ବର୍ଗ ବୋଲାଉଥିବା ଜମ୍ମୁକାଶ୍ମୀରରେ ଅନେକ ବିକାଶ ହୋଇଥିବା ବିଜେପି ଦାବି କରୁଥିବା ବେଳେ ବିରୋଧୀ ଦଳ ଧାରା ଉଚ୍ଛେଦ ପ୍ରତ୍ୟାହାର ଦାବି କରୁଛନ୍ତି । 

ଏନେଇ ଆଜି ପିପୁଲ୍ସ ଡେମାକ୍ରାଟିକ ପାର୍ଟି (ପିଡିପି) କର୍ମୀମାନେ ନାରାବାଜି କରିଥିବା ଦେଖିବାକୁ ମିଳିଛି । ପିପୁଲ୍ସ ଡେମାକ୍ରାଟିକ ପାର୍ଟି ପକ୍ଷରୁ ଏକ ସେମିନାର ଆୟୋଜିତ କରିବା ଲାଗି ଶ୍ରୀନଗର ଜିଲ୍ଲା ପ୍ରଶାସନକୁ ଅନୁମତି ମଗାଯାଇଥିଲା । ମାତ୍ର ପ୍ରଶାସନ ଏଥିଲାଗି ଅନୁମତି ଦେଇନାହିଁ । ପିଡିପି ମୁଖ୍ୟ ମେହବୁବ ମୁଫ୍ତିଙ୍କ ଅଭିଯୋଗ କ୍ରମେ ଜିଲ୍ଲା ପ୍ରଶାସନ ଗତକାଲି ରାତିରେ ବହିଦ ପାରା, ଗୁଲାମ ନବି ହଞ୍ଜୁରା, ମହମ୍ମଦ ୟାସିନ ଓ ଅବଦୁଲ ରୌଫ ଭଟ୍ଟଙ୍କୁ ହେପାଜତକୁ ନେଇଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.