Watch: ଅରଡ ଗାଁରେ ବୁଲୁଛି ବାଘ ଭଳି ଦେଖା ଯାଉଥିବା ଜନ୍ତୁ, ଦ୍ବନ୍ଦରେ ଲୋକେ - ନିଆଳିରେ ପୁଣି ଅଜଣା ଜନ୍ତୁ
🎬 Watch Now: Feature Video
Published : Sep 1, 2023, 1:18 PM IST
|Updated : Sep 1, 2023, 2:06 PM IST
ନିଆଳି: ସିସିଟିଭି କ୍ୟାମେରା କଏଦ ହେଲା ଅଜଣା ଜନ୍ତୁ । ହେଟା ବାଘ ନା କଲରାପତରିଆ ଅବା ଅନ୍ୟ କୌଣସି ଜୀବ ସେନେଇ ଦ୍ବନ୍ଦରେ ସ୍ଥାନୀୟ ବାସିନ୍ଦା । ଗତ କିଛି ବର୍ଷ ହେବ କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା, ବାରଙ୍ଗ ଓ କଟକ ସଦର ସମେତ ରାଜ୍ୟରେ ଅନେକ ସ୍ଥାନରେ ଅଜଣା ଜନ୍ତୁଙ୍କ ଆତଙ୍କ ନେଇ ଖବର ପ୍ରକାଶ ପାଇଆସୁଛି । ପୂର୍ବରୁ ଅଜଣା ଜନ୍ତୁଙ୍କ ଆକ୍ରମଣରେ ହଜାର ହଜାର ମେଣ୍ଢାଙ୍କ ଜୀବନ ଯାଇଛି । କିନ୍ତୁ ଅଜଣା ଜନ୍ତୁକୁ ନେଇ ସସପେନ୍ସ ଜାରି ରହିଥିବାବେଳେ ପୁଣି ଏକ ଅଜଣା ଜନ୍ତୁର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, କଟକ ସଦର ଥାନା ଅନ୍ତର୍ଗତ ଅରଡ ଗ୍ରାମର ଏକ ଫାର୍ମହାଉସରେ ଲାଗିଥିବା ସିସିଟିଭିରେ ଗତ ୨୯ ତାରିଖ ରାତି ୧୨ଟା ପରେ ଜନ୍ତୁର ଚଳ ପ୍ରଚଳ ଦୃଶ୍ୟ କଏଦ ହୋଇଥିଲା । ଫଳରେ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ଏଭଳି ଜୀବ ଆଗରୁ କେବେ ଦେଖିନଥିବା କହିଛନ୍ତି । ତେବେ ଜନ୍ତୁଟି କେଉଁ ପ୍ରଜାତି ସେନେଇ ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଏହା ବାଘ ଭଳି ଦେଖାଯାଉଛି ।
ଏହା ବି ପଢନ୍ତୁ...ରାତି ଅଧିଆ ଆସୁଛି ଅଜଣା ଜନ୍ତୁ: ବାଘ ସନ୍ଦେହରେ ଆତଙ୍କିତ ଗ୍ରାମବାସୀ
ସନ୍ଧ୍ୟା ହେଲେ ଗାଁରେ ତାଟି କବାଟ ପଡି ଯାଉଛି । ଗାଁ ଲୋକେ ଦିନରେ ଚାଷ କାମ ପାଇଁ କ୍ଷେତକୁ ଯିବାକୁ ଡରୁଥିବା ବେଳେ ଛୋଟ ପିଲାମାନେ ଘରୁ ବାହାରୁ ନାହାନ୍ତି। ଏ ସମ୍ପର୍କରେ ଖବର ପାଇ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି । ଭିଡିଓରେ ଦେଖା ଯାଉଥିବା ଜୀବଟି ଏବେ କେଉଁଠି ତାକୁ ଠାବ କରିବା ପାଇଁ ଫୁଲ ନଖରା ରେଞ୍ଜ ବିଭାଗ ପକ୍ଷରୁ ଅପରେସନ ଜାରି ରହିଛି ।
ଇଟିଭି ଭାରତ, ନିଆଳି