thumbnail

By ETV Bharat Odisha Team

Published : Nov 4, 2023, 5:29 PM IST

Updated : Nov 4, 2023, 5:35 PM IST

ETV Bharat / Videos

Attack on Journalist: ପ୍ରଯୋଜକ ଟୁଟୁ ନାୟକ ଗିରଫ, ସଂଗୀନ ଦଫାରେ କୋର୍ଟଚାଲାଣ କଲା ଖାରବେଳ ନଗର ଥାନା

ଭୁବନେଶ୍ବର: ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲା । ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ପୋଲିସ । ଦୀର୍ଘ ସମୟ ଧରି ଖାରବେଳ ନଗର ଥାନାରେ ତାଙ୍କୁ ଅଟକ ରଖାଯାଇଥିଲା । ଦୀର୍ଘ ସମୟର ଜେରା ପରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଛି ପୋଲିସ । ଟୁଟୁଙ୍କ ନାଁରେ ଲାଗିଛି ୩୫୪, ୨୯୪, ୩୪୧, ୩୨୩ ଭଳି ସଙ୍ଗୀନ ଦଫା । ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଏନେଇ ପ୍ରଥମେ ଟୁଟୁଙ୍କ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ପୋଲିସ । ସାମ୍ବାଦିକାଙ୍କୁ ମାଡ଼ ମାରିବା ମାମଲାରେ ଗିରଫ କଲା । ପଚରାଉଚରା ପରେ ଗିରଫ କଲା ଖାରବେଳନଗର ପୋଲିସ । ସୂଚନା ଦେଲେ ଜୋନ୍ -୪ ଏସିପି ମାନସ ଗଡ଼ନାୟକ । ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ୧୬୧ରେ ବୟାନ ରେକର୍ଡ ହୋଇଥିବା କହିଲେ IIC । ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ । ୧୬୧ରେ ବୟାନ ରେକର୍ଡ ହୋଇଛି କହିଲେ ଥାନା ଅଧିକାରୀ । 

ଦୀର୍ଘ 3 ଘଣ୍ଟା ପୋଲିସ ସହ ଆଲୋଚନା ହେବା ପରେ ପୋଲିସ ମହିଳା ସମ୍ବାଦିକା ଦେବସ୍ମିତା ରାଉତ, ଟୁଟୁ ନାୟକ ଉପରେ ଆଣିଥିବା ଅଭିଯୋଗର ପ୍ରାଥମିକ ତଦନ୍ତକୁ ଭିତ୍ତିକରି ଟୁଟୁ ନାୟକ କୁ ଗିରଫ କରିଛି ପୋଲିସ ବୋଲି ସୂଚନା ଦେଇଛନ୍ତି ଖାରବେଳ ନଗର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର। ଟୁଟୁ ନାୟକ ଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ jmfc କୋର୍ଟ ରେ ହାଜର କରାଯିବ । jmfc ନିଜେ ଛୁଟିରେ ଅଛନ୍ତି ବୋଲି ସୂଚନା ମିଳିଛି  । କୋର୍ଟ ରେ ହାଜର ହେବା ପରେ ତାଙ୍କ ବେଲ ଉପରେ ରହିଛି ସମସ୍ତଙ୍କ ନଜର ।

ଏହା ବି ପଢନ୍ତୁ...ସାମ୍ବାଦିକାଙ୍କୁ ମାଡ଼ ଘଟଣା; ଟୁଟୁ ନାୟକ ଗିରଫ

ଶୁକ୍ରବାର ସାମ୍ବାଦିକା ଦେବସ୍ମିତା ରାଉତ ଭୁବନେଶ୍ବର ଏସ୍ କମ୍ପ୍ଲେକ୍ସରେ 'ପ୍ରଥା' ଫିଲ୍ମର ପ୍ରିମିୟର ସୋ'ର ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଟୁଟୁ ନାୟକ ଚାପୁଡା ମାରିଥିଲେ  । ଏହି ମାମଲାରେ କଟକରୁ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କୁ ଆଣିଛି ଖାରବେଳନଗର ଥାନା ପୋଲିସ । ଦୀର୍ଘ 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟର ଜେରା ପରେ ତାଙ୍କୁ ଗିରଫ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2023, 5:35 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.