thumbnail

Ollywood controversy: କଳାକାରଙ୍କ କଳି ସମାଧାନ ପାଇଁ ଗୀତ ଗାଇଲେ ଅଭିଜିତ, 'ମିଳିମିଶି ରହିଥିବା ଆମେ ସବୁ କଳାକାର'

By ETV Bharat Odisha Team

Published : Nov 4, 2023, 11:14 AM IST

କଟକ: ସାମାଧାନ ହେବାର ନାଁ ନେଉ ନାହିଁ ଓଲିଉଡ କଳି । ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଜଟିଳ ହେବାରେ ଲାଗିଛି ବିବାଦ । ଏହାକୁ ନେଇ ରାଜନୀତି ଠାରୁ ଆରମ୍ଭ କରି ପ୍ରଯୋଜକ ଠାରୁ ଆରମ୍ଭ କରି ପ୍ରଯୋଜକ ଏବଂ କଳାକାରମାନେ ମୁହାଁମୁହିଁ ହୋଇଛନ୍ତି । ମନୋଜ ମିଶ୍ରଙ୍କୁ କିଛି ଅଭିନେତା ତଥା ପ୍ରଯୋଜକ ସମର୍ଥନ କରୁଥିବା ବେଳେ ଆଉ କିଛି ଜଣ ବିରୋଧ କରିଛନ୍ତି । ତେବେ ଓଲିଉଡ କଳିକୁ ସମାଧାନ କରିବା ପାଇଁ ଗୀତ ଗାଇଲେ ଲୋକପ୍ରୀୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର । "ମିଳିମିଶି ରହିଥିବା ଆମେ ସବୁ କଳାକାର" ଏଭଳି ଏକ ଲେଖାକୁ ନେଇ ତିଆରି ହୋଇଥିବା ଗୀତକୁ ପ୍ରଯୋଜନା କରିଛନ୍ତି କୁମାର ଶ୍ରୀ ଅଜୟ । ସେହିପରି ସନ୍ତୋଷ କୁମାର ଗୀତକୁ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ଅଭିଜିତ୍ ମଜୁମଦାର । କଟକର ଏକ ଷ୍ଟୁଡିଓରେ ଏହି ଗୀତର ରେକଡିଂ ହୋଇଛି । ଦିନକୁ ଦିନ ଓଲିଉଡରେ ବଢୁଥିବା କଳାକାରଙ୍କ କଳିକୁ ଆଗକୁ ନବଢାଇ ସମସ୍ତେ ମିଳିମିଶି ଏହି ବିବାଦର ସମାଧାନ କରିବାକୁ ଗୀତ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଅଭିଜିତ୍ ମଜୁମଦାର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.