ଆବାସ ପାଇଁ 5T ସଚିବଙ୍କ ପାଦତଳେ ପଡ଼ିଲେ ବୃଦ୍ଧ ଦମ୍ପତି - ଆବାସ ଗୃହ ପାଇଁ 5T ସଚିବଙ୍କ ପାଦତଳେ ପଡ଼ିଲେ ଦମ୍ପତି

🎬 Watch Now: Feature Video

thumbnail

By

Published : Apr 17, 2023, 9:03 PM IST

ପୁରୀ: ପୁରୀ ଗସ୍ତରେ ଆସିଥିବା ବେଳେ 5T ସଚିବ ଭିକେ ପାଣ୍ଡିଆନଙ୍କ ପାଦତଳେ ପଡିଗଲେ ଜଣେ ବୟସ୍କ ମହିଳା ଓ ତାଙ୍କ ସ୍ବାମୀ । ଆବାସ ଗୃହ ଖଣ୍ଡିଏ ପାଇଁ ନେହୁରା ହେଲେ ଗୁହାରୀ କଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି 5Tସଚିବ ସେମାନଙ୍କୁ ଆଡେଇବା ପରିବର୍ତ୍ତେ ସ୍ନେହଭରା କଣ୍ଠରେ ପାଖକୁ ଡାକିଲେ ଆଉ ତାଙ୍କ ହାତରୁ କେଇପଦ ଲେଖାଥିବା ଦରଖାସ୍ତଟିକୁ ନେଇଗଲେ । କେବଳ ସେତିକି ନୁହେଁ ଭଲକରି ପଢିବା ସହ ଜିଲ୍ଲାପାଳଙ୍କ ହାତକୁ ବଢାଇଦେଲେ । ଜିଲ୍ଲାପାଳ ମଧ୍ୟ ଏହାକୁ ଅତି ଗମ୍ଭୀରତାର ସହ ଦେଖିବାର ପ୍ରତିଶୃତି ଦେଲେ ।

ତେବେ 5T ସଚିବଙ୍କ ପାଦ ତଳେ ପଡ଼ି ଗୁହାରୀ କରିଥିବା ଏହି ବୃଦ୍ଧ ଦମ୍ପତି ହେଉଛନ୍ତି ପୁରୀ ଜିଲ୍ଲା ବାଟଗାଁ ଅଞ୍ଚଳର ବାସିନ୍ଦା । ସେମାନଙ୍କ କହିବା କଥା ହେଉଛି, ୨୦୧୯ ମସିହା ଫନି ମହାବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଯାହାକୁ ଗୁହାରୀ କଲେ ବି ଆବାସଟିଏ ମିଳିଲା ନାହିଁ । ହାତଗୁଞ୍ଜା ଦେଇବି ଫଳ ମିଳିଲା ନାହିଁ । ଆଂଶିକ କ୍ଷୟକ୍ଷତି ଦର୍ଶାଇ ଅଳ୍ପକିଛି ସହାୟତା ଦେଇଥିଲେ । ହେଲେ ଆଜି ଆବାସ ଗୃହଟିଏ ପାଇଁ 5T ସଚିବଙ୍କ ପାଖକୁ ଆସିଥିବା କହିଛନ୍ତି ଉଭୟ । ସେ କେବଳ ଚାହିଁଲେ ନ୍ୟାୟ ଦେବେ । ଏହି ଆଶାରେ ଶ୍ରୀମନ୍ଦିର ପାଖରେ ରହିଥିଲେ । ଆସିବା କ୍ଷଣି ତାଙ୍କୁ ଗୁହାରୀ କଲୁ ବୋଲି କହିଛନ୍ତି ଉଭୟ ସ୍ବାମୀ ଓ ସ୍ତ୍ରୀ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.