Ollywood Controversy: OFDC ବୈଠକକୁ ଆସିଲେନି ମନୋଜ, ଫୋନ ବି ଉଠାଉ ନଥିବା କହିଲେ କୁନା ତ୍ରିପାଠୀ

By ETV Bharat Odisha Team

Published : Nov 2, 2023, 4:01 PM IST

thumbnail

କଟକ: ଘନେଇବାରେ ଲାଗିଛି ଓଲିଉଡ୍ ବିବାଦ । ଏହାରି ଭିତରେ ମନୋଜ ମିଶ୍ରଙ୍କ ବ୍ୟାନ ପ୍ରସଙ୍ଗରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । OFDC ଅଧକ୍ଷ କୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଭିନେତା ଅରିନ୍ଦମ ରାୟ, ଶ୍ରୀତମ ଦାସ, ପ୍ରଯୋଜକ ଟୁଟୁ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ହେଲେ ବୈଠକରେ ମନୋଜ ମିଶ୍ରଙ୍କୁ ଡକା ଯାଇଥିଲେ ସୁଦ୍ଧା ସେ ଆସିନଥିଲେ । କିଛି ଘଣ୍ଟାର ବୈଠକ ପରେ ମନୋଜଙ୍କ ଅନୁପସ୍ଥିତି ଯୋଗୁଁ ସବୁ କିଛି ଭଣ୍ଡୁର ହୋଇଯାଇଥିଲା । ମନୋଜ ନଆସିବା ଯୋଗୁଁ କଳିର ସମାଧାନ ହୋଇପାରିନି  । 

ଏହାମଧ୍ୟ ପଢନ୍ତୁ: Ollywood Controversy: ପୁଣି ମୁହଁ ଖୋଲିଲେ ସମ୍ବଲପୁରର ବିଜେପି-ବିଜେଡି ବିଧାୟକ

ଏନେଇ କୁନା ତ୍ରିପାଠୀ କହିଛନ୍ତି ଯେ, ସକାରାତ୍ମକ ଆଲୋଚନା ହୋଇଛି କିନ୍ତୁ ବାରମ୍ବାର ଫୋନ୍ କରିଥିଲେ ବି ମନୋଜ ଫୋନ ଉଠେଇଲେନି  । ସେ ନଆସିବାରୁ ବର୍ତ୍ତମାନ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ପ୍ରଯୋଜକ ତାଙ୍କ ଉପରେ ବ୍ୟାନ ହଟାଇବାକୁ ରାଜି ହୋଇଛନ୍ତି । ଏବେ ମନୋଜଙ୍କ କୋର୍ଟରେ ବଲ୍ ରହିଛି । ବିବାଦର ସମାଧାନ ପାଇଁ ମୁଁ ମୋର ସମସ୍ତ ପ୍ରଚେଷ୍ଟା କରିଚାଲିଛି । କିନ୍ତୁ ମନୋଜ ବର୍ତ୍ତମାନ ପ୍ରସଙ୍ଗ ବହିର୍ଭୂତ ହେଉଛନ୍ତି ।  ଏହାସହ ତାଙ୍କ ଯୋଗୁଁ ମନୋଜଙ୍କ ଫିଲ୍ମ ଅଟକିବା କଥାକୁ ମଧ୍ୟ ଖଣ୍ଡନ କରିଛନ୍ତି କୁନା ତ୍ରିପାଠୀ  । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.