ହାତୀ ଆତଙ୍କ: ଘର ଭାଙ୍ଗିଲେ ୧୧ ଟିକିଆ ହାତୀପଲ - ELEPHANT TERROR

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 11, 2025, 10:07 AM IST

Elephant Terror In Kamakhyanagar Dhenkanal, ଢେଙ୍କାନାଳ: କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ହାତୀ ଉପଦ୍ରବ ଥମିବାରେ ନାଁ ନେଉନାହିଁ । ସାହାଲା ଫରେଷ୍ଟ ବିଟ୍ ଅନ୍ତର୍ଗତ ଶକ୍ତିନଗର ସାହିରେ ଗତ ବିଳମ୍ବିତ ରାତିରେ ୧୧ ଟିକିଆ ହାତୀପଲ ଅତଙ୍କ ଖେଳାଇଥିଲେ । ଗାଁର ରାମ ହାଁସଦା ଏବଂ ସୁନ୍ଦର ହେମ୍ବ୍ରମଙ୍କର ୫ ବଖରା ଘର ଭାଙ୍ଗିବା ସହ ଚାଉଳ, ଧାନକୁ ସବୁ ଖାଇଥିଲେ । ରାତି ପ୍ରାୟ ୧୧ ଟା ସମୟରେ ଉଭୟଙ୍କ ପରିବାର ଲୋକେ ଖାଇ ପିଇ ଶୋଇବା ପରେ ଏକ ୧୧ ଟିକିଆ ହାତୀପଲ ଗାଁ ଭିତରେ ପଶି ଉତ୍ପାତ କରିଥିଲେ । ପ୍ରଥମେ ସୁନ୍ଦର ହେମ୍ବ୍ରମଙ୍କ ଘର ଭାଙ୍ଗି ସହ ଘରେ ଥିବା ଆସବାବପତ୍ର ଗୁଡିକ ନଷ୍ଟ କରିଥିଲେ । ଘରେ ଥିବା ୮ ବସ୍ତା ଧାନ ଓ ୩ ବସ୍ତା ଚାଉଳ ଖାଇ ଦେଇଥିଲେ ।

ସୁନ୍ଦର ହେମ୍ବ୍ରମ କହିଛନ୍ତି, "ହାତୀ ଭୟରେ ଗ୍ରାମରେ କୌଣସି ଲୋକ ଶୋଇପାରିଲୁ ନାହିଁ । ଘର ଦ୍ବାର ସବୁ ଭାଙ୍ଗି ଦେଲେ । ଯେତେ ଘଉଡ଼ାଇଲେ ମଧ୍ୟ ସେମାନେ ଜଙ୍ଗଲକୁ ଗଲେ ନାହିଁ । ଦୁଇ ଜଣଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ ଏବଂ ଭାତ ସବୁ ଖାଇ ଦେଇଛନ୍ତି । ଆମେ ରାତିସାରା ଉପବାସରେ ରହିଲୁ । ହାତୀ ଆତଙ୍କକୁ ନେଇ ଗ୍ରାମବାସୀ ନିଜ ଘରେ ତାଟି କବାଟ ପକାଇଥିଲେ । ହାତୀପଲ ବର୍ତ୍ତମାନ ଗ୍ରାମ ନିକଟ ଜଙ୍ଗଲରେ ଥିବାରୁ ଲୋକମାନେ ଆତଙ୍କିତ  ଅବସ୍ଥାରେ ଅଛନ୍ତି ।"  ସେପଟେ ହାତୀ ପଲକୁ ଘଉଡ଼ାଇବା ସହ ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି । ସେହିପରି ଭୁବନ ଅଞ୍ଚଳରେ ଦନ୍ତା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି  ।  ଗୁରୁତର ଯୁବକ ଜଣକ ହେଲେ ମୁରୁଗା ଗ୍ରାମର ଭ୍ରମର ବେହେରା ବୋଲି ଜଣାପଡିଛି ।  

ଏହା ମଧ୍ୟ ପଢନ୍ତୁ...ବାରିପଦା ବନଖଣ୍ଡରେ ହାତୀ ଆତଙ୍କ, ଚାଲିଗଲା ଜଣଙ୍କ ଜୀବନ - ELEPHANT ATTACK

ଏହା ମଧ୍ୟ ପଢନ୍ତୁ...ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତତ୍ପର ବନବିଭାଗ, ହାତୀମୃତ୍ୟୁ ରୋକିବାକୁ ଆକ୍ସନ ପ୍ଲାନ - ELEPHANT DEATHS RISING

ହା ମଧ୍ୟ ପଢନ୍ତୁ...ବଡ଼ମ୍ବା ମାର୍କେଟରେ ଗଜରାଜ, ଆଗେ ଆଗେ ହାତୀ ପଛେ ପଛେ ବନ ବିଭାଗ - ELEPHANT TERROR IN BADAMBA



ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.