ଲକ୍ଷ ଲକ୍ଷ ଟଙ୍କା ଲୁଟିବା ପରେ ATM ଜାଳିଦେଲେ ଦୁବୃର୍ତ୍ତ - MISCREANTS LOOT ATM
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 10, 2025, 7:46 AM IST
ଢେଙ୍କାନାଳ: ATM ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ । ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଏନଏଚ-୫୫ ପାର୍ଶ୍ୱରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଛି । ବୁଧବାର ଦୁର୍ବୃତ୍ତମାନେ ଏଟିଏମ ଭାଙ୍ଗି ଟଙ୍କା ସବୁ ଲୁଟିଛନ୍ତି । ପରେ ଏଟିଏମ, ସିସି କ୍ୟାମେରା, ହାର୍ଡ ଡିସ୍କକୁ ଭାଙ୍ଗି ନେଇ ସାଙ୍ଗରେ ନେଇଯାଇଥିବାବେଳେ ଶେଷରେ ଏଟିଏମ ମେସିନରେ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି । ସୂଚନା ପାଇ ପୋଲିସ ସେମାନଙ୍କ ପିଛା କରି ମୋଟଙ୍ଗା ଥାନା ଅଞ୍ଚଳରୁ ଏକ କାର ଓ ୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଛି ।
ଏହା ବି ପଢନ୍ତୁ...ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, 29 କେଜି ସୁନା ଲୁଟ୍
ଏହା ବି ପଢନ୍ତୁ...ବଡ଼ଧରଣର ଡକାୟତି ଗ୍ୟାଙ୍ଗ ପର୍ଦ୍ଦାଫାସ, ବନ୍ଧୁକ ସହ 4ଟି ଅଫୁଟା ଗୁଳି ଜବତ
ମୋଟଙ୍ଗା ପୋଲିସ ଜଗି ରହିଥିବାରୁ ଦୁର୍ବୃତ୍ତମାନେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ । ପୋଲିସ ଏକ କାରକୁ ଜବତ କରିବା ସହିତ ଦୁଇ ଜଣ ଦୁବୃର୍ତ୍ତଙ୍କୁ କାବୁ କରିଥିବା ଜଣାପଡ଼ିଛି। ମାତ୍ର ଦୁବୃର୍ତ୍ତମାନେ ଅନ୍ୟ ଏକ କାରରେ ଲୁଟ ଟଙ୍କା ନେଇ ଖସି ଯିବାରେ ସକ୍ଷମ ହୋଇଛନ୍ତି । ସମ୍ବଲପୁର ଆଡ଼କୁ ଦୁର୍ବୁତ୍ତମାନେ ଲୁଟ ଟଙ୍କା ନେଇ ପଳାଇଥିବାରୁ ପୋଲିସର ଏକ ଟିମ ପିଛା କରିଥିଲା । ତେବେ ଏଟିଏମରୁ ଲୁଟ ହୋଇଥିବା ଟଙ୍କାର ପରିମାଣ ଜଣା ପଡିନଥିଲେ ମଧ୍ୟ ତାହା ମଙ୍ଗଳବାର ଲୋଡ୍ ହୋଇଥିଲା ।
ଇଟିଭି ଭାରତ, ଢେଙ୍କାନାଳ