ଲୁଗା ଦୋକାନରେ ନିଆଁ, ୬୦ ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତ୍ତି ଧୂଳିସାତ - FIRE BREAKS OUT
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/10-01-2025/640-480-23298325-thumbnail-16x9-od.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 10, 2025, 8:18 PM IST
ରାୟଗଡ଼ା: ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ନିମିଷକେ ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ରାୟଗଡା ସହରର ବାଲାଜୀ ମନ୍ଦିର ସମ୍ମୁଖରେ ଥିବା 3 ମହଲା ବିଶିଷ୍ଟ ଏସକେ ସପିଂ ମଲରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ପ୍ରାୟ 60 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଭୋର ପ୍ରାୟ 4ଟା ସମୟରେ କୌଣସି କାରଣ ବଶତଃ ଧୀରେ ଧୀରେ ନିଆଁ ବ୍ୟାପି ସକାଳ 5ଟା ସମୟରେ ନିଆଁ ଓ ଧୂଆଁ ବାହାରକୁ ଜଣାପଡିଥିଲା । ଏନେଇ ଦମକଳ ବାହିନୀକୁ ଜଣାଯାଇଥିଲା। ଖବର ପାଇ ଆଗ୍ନିଶମ ବାହିନୀ ଘଟଣାସ୍ଥଲେର ପହଞ୍ଚି ତୁରନ୍ତ ନିଆଁ ଲିଭାଇବା ପାଇଁ ଚେଷ୍ଟା ଚଳାଇଥିଲେ । ତେବେ ତଳ ମହଲାରେ ସବୁ ଲୁଗା ଓ ସୋ' କେଶ ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଫଳରେ ପାଖାପାଖି 40 ଲକ୍ଷରୁ ଅଦିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ ହୋଇଯାଇଛି । ସେପଟେ ଦମକଳ ବାହିନୀ ନିଆଁ ଲିଭାଇବାରେ ତତ୍ପରତା ଦେଖାଇବା ଯୋଗୁଁ ନିଆଁ ଉପର ମହଲାକୁ ବ୍ୟାପି ନଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ନିମିଷକେ ଗ୍ରାସ କରିଦେଲା ନିଆଁ, ଛାରଖାର ୧୨ ପରିବାରର ଘର
ଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁର MKCG ମେଡିକାଲରେ ଅଗ୍ନିକାଣ୍ଡ
ଇଟିଭି ଭାରତ, ରାୟଗଡ଼ା