5 ଟଙ୍କିଆ ଆହାର ଖାଇ ଇ-ଲାଇବ୍ରେରୀରେ ପାଠ ପଢ଼ୁଥିଲେ, ସଂଘର୍ଷର କାହାଣୀ କହିଲେ UPSC କୃତୀ

🎬 Watch Now: Feature Video

thumbnail

ବ୍ରହ୍ମପୁର:  ଇ-ଲାଇବ୍ରେରୀରେ ପାଠ ପଢୁଥିଲେ । ଆହାର କେନ୍ଦ୍ରରେ ୫ ଟଙ୍କିଆ ଖାଦ୍ୟ ଖାଇ ପାଠପଢାକୁ ଦେଉଥିଲେ ଗୁରୁତ୍ୱ । କିଛି ଏପରି କଷ୍ଟ କରି ନିଜର ସ୍ବପ୍ନ ସାକାର କରିଛନ୍ତି ବ୍ରହ୍ମପୁର ବିଦ୍ୟାନଗରର ଚଣ୍ଡିପ୍ରସାଦ ଅଧିକାରୀଙ୍କ ପୁଅ ଦୁର୍ଗାପ୍ରସାଦ ଅଧିକାରୀ । କିଛି ଦିନ ତଳେ ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସେ ୧୬୨ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଏନେଇ  ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ୍ ହଲରେ ବିଏମସି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଦୁର୍ଗାପ୍ରସାଦ ଅଧ୍ୟୟନ କରୁଥିବା ଇ-ଲାଇବ୍ରେରୀର ଅନ୍ୟ ବିଦ୍ୟାର୍ଥୀମାନଙ୍କୁ ନିଜର ଅନୁଭୂତି ବାଖ୍ୟା କରିଥିଲେ । ଗତବର୍ଷ ସେ ସିଭିଲ ସର୍ଭିସ ପରୀକ୍ଷାରେ ୨୦୫ ରାଙ୍କରେ ଉତୀର୍ଣ୍ଣ ହୋଇ ଆଇପିଏସରେ ଭର୍ତ୍ତି ହୋଇ ହାଇଦ୍ରାବାଦ ସ୍ଥିତ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ତାଲିମ ନେଉଥିଲେ । ଅନ୍ୟପଟେ ବ୍ରହ୍ମପୁରର ଇ-ଲାଇବ୍ରେରୀ ପ୍ରତି ଅଧିକ ବିଦ୍ୟାର୍ଥୀ ନିର୍ଭର କରୁଥିବା ବେଳେ ବହୁ ବିଦ୍ୟାର୍ଥୀ ଏଠାରୁ ସଫଳତା ମଧ୍ୟ ପାଉଛନ୍ତି । ତେଣୁ ଲାଇବ୍ରେରୀରେ ପଢୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଖାଇବା ପାଇଁ କ୍ୟାଣ୍ଟିନ୍ ଓ ପଢିବା ପାଇଁ ଆବଶ୍ୟକ ପଡୁଥିବା କୋଠରୀ ଓ ବହିର ବ୍ୟବସ୍ଥା ଖୁବ୍ ଶ୍ରୀଘ୍ର କରାଯିବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.