thumbnail

By ETV Bharat Odisha Team

Published : Oct 19, 2023, 7:18 AM IST

Updated : Oct 19, 2023, 11:12 AM IST

ETV Bharat / Videos

ଇଣ୍ଡିଆନ ଆଇଡଲରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ, କହିଲେ ନିଶା ସହ ପେଶା ଆଜି ସଫଳତା ଆଣିଦେଇଛି

ଭୁବନେଶ୍ବର: ପେଶାରେ ଡାକ୍ତର । ହେଲେ ନିଶା ତାଙ୍କର ଗୀତ ଗାଇବା । ଗୀତ ଦ୍ବାରା ରୋଗୀର ରୋଗ ଭଲ ହେବାର ଶକ୍ତିଥିବା କହିଛନ୍ତି ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ । ତେବେ ତାଙ୍କ ନିଶା ପାଇଁ ସେ ଏବେ ପହଞ୍ଚି ପାରିଛନ୍ତି ଜାତୀୟସ୍ତରର ଲୋକପ୍ରିୟ ସଂଗୀତ ପ୍ରତିଯୋଗିତା ସୋ ଇଣ୍ଡିଆନ ଆଇଡଲରେ । ୨୩ ବର୍ଷୀୟ ଯୁବ ଡାକ୍ତର କବିର ସିଂ ସିନେମାର ‘ତୁ ଇତନା ଜରୁରୀ କେସେ ହୁଆ ଗାଇ’ ସ୍ଵରର ଯାଦୁଗରୀରେ ଜୁରୀଙ୍କ ମନ ଜିତିବା ପରି ଗୋଲ୍ଡେନ ଟିକେଟ ପାଇ ସିଧା ଥିଏଟର ରାଉଣ୍ଡଙ୍କୁ ଉତ୍ତିର୍ଣ୍ଣ ହୋଇଛନ୍ତି । ଡାକ୍ତର ରୋହନ ବିଶ୍ୱାଳ କହିଛନ୍ତି,"ମୋ ସେବା ଓ ନିଶା ଦୁଇଟି ପରସ୍ପର ପାଇଁ ପରିପୂରକ । ଗୀତ ମତେ ପ୍ରେରଣ ଦିଏ । ମ୍ୟୁଜିକ ଥେରାପି ଅନେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଦୂର କରିଥାଏ । ମୋ ନିଶା ସହ ପେଶା ମେତେ ଆଜି ଏହି ସଫଳତା ଆଣିଦେଇଛି । ମୋ ସଫଳତା ସମସ୍ତ ଓଡ଼ିଶାବାସୀଙ୍କ ସଫଳତା । ମୁଁ ଆଶା କରିବି ସମସ୍ତଙ୍କ ଆଶିଷ ଓ ଶୁଭକାମନା ପାଇ ମୁଁ ନିଶ୍ଚୟ ଲକ୍ଷ୍ୟ ପଥରେ ଅଗ୍ରଗତି କରିବି । ଗୋଲ୍ଡେନ୍‌ ଟିକେଟ ପାଇ ଥିଏଟର ରାଉଣ୍ଡରେ ପହଞ୍ଚି ସାରିଛି । ଆଗାମୀ ରାଉଣ୍ଡ ପାଇଁ ପୁରା ଭାରତର ବଛାବଛା ପ୍ରତଯୋଗୀଙ୍କ ସହ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚାଲିଛି । ପେଶା ଅର୍ଥାତ ସେବାକୁ ଭଗବାନ ଆଉ ନିଶା ଅର୍ଥାତ ସଂଗୀତକୁ ପୂଜା ମାନି ସବୁଠାରୁ ବଡ଼ ରିଆଲିଟି ସୋ'ରେ ପହିଞ୍ଚିଛି ।"  

ମ୍ୟୁଜିକ ଓ ମେଡ଼ିସିନକୁ ସମାନ୍ତରାଳ ଭାବେ ସମ୍ମାନ ଦେଇ ନିଜକୁ ନିଆରା ଭାବେ ପ୍ରତିପାଦିତ କରିଛନ୍ତି ଓଡ଼ିଆ ଡାକ୍ତର । ଏଭଳି ଜଣେ ଉଦୀୟମାନ ଓଡ଼ିଆ ପୁଅଙ୍କ ସଫଳତା ଓ ତାଙ୍କ ଯାତ୍ରାକୁ ନେଇ ତାଙ୍କ ସହ ସିଧାସଳଖ କଥା ହୋଇଛିନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦେବସ୍ମିତା ରାଉତ । ଚାଲନ୍ତୁ ଜାଣିବା କ’ଣ ରହିଛି ତାଙ୍କ ଅନୁଭୂତି... 
 

ଏହା ମଧ୍ୟ ପଢନ୍ତୁ...ଇଣ୍ଡିଆନ ଆଇଡଲ ମଞ୍ଚରେ ଚମିକିଲେ ଓଡ଼ିଆ ଡାକ୍ତର,ବୃତ୍ତିର ଆଢୁଆଳରେ ବାଣ୍ଟୁଛି ସଂଗୀତର ସଞ୍ଜୀବନୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 19, 2023, 11:12 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.