Bus strike: ବଲାଙ୍ଗୀରରେ ବି ହନ୍ତସନ୍ତ ହେଲେ ଯାତ୍ରୀ
🎬 Watch Now: Feature Video
ବଲାଙ୍ଗୀର: ରାଜ୍ୟ ଘରୋଇ ବସ ଧର୍ମଘଟ ଡ଼ାକରାରେ ସାମିଲ ହୋଇ ବଲାଙ୍ଗୀରରେ ମଧ୍ୟ ଘରୋଇ ବାସ ଚଳାଚଳ ଠପ ହୋଇଥିଲା। ପାର୍ବଣ ସମୟରେ ଏହି ବନ୍ଦ ଯୋଗୁଁ ଯାତ୍ରୀ ନାହିଁ ନ ଥିବା ହଇରାଣ ହୋଇଥିଲେ। ଯିବା ଆସିବା ପାଇଁ ଏକ ମାତ୍ର ମାଧ୍ୟମ ସରକାରୀ ବସ ସେବା ଥିବା ବେଳେ ସେଥିରେ ପ୍ରବଳ ଭିଡ ହୋଇଥିଲା । ବସ ଧର୍ମଘଟ ପାଇଁ ଆଜି ସକାଳୁ ଯାତ୍ରୀ ମାନେ ନିଜ ନିଜ ଗାଁ ଗଣ୍ଡାକୁ ଯିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଥିଲେ । ବଲାଙ୍ଗର ଜିଲ୍ଲା ଉପରେ ଆଖପାଖ ପାଞ୍ଚଟି ଜିଲ୍ଲାର ଲୋକେ ନିର୍ଭର କରୁଥିବା ବେଳେ ଶିକ୍ଷାନୁଷ୍ଠାନ ମେଡ଼ିକାଲ ଓ ଅନ୍ୟାନ୍ୟ ଜରୁରୀ କାମରେ ଆସି ଲୋକେ ଏଠି ହଇରାଣ ହୋଇଥିଲେ । ଆଜି ବସ ଧର୍ମଘଟ ଯୋଗୁଁ ବଲାଙ୍ଗୀରରେ ନିଜ ଝିଅକୁ ପାଠ ପଢାଉଥିବା ଜଣେ ବାପା କଳାହାଣ୍ଡିରୁ ତାଙ୍କ ଝିଅକୁ ନେବାକୁ ଆସି ବସ ନ ପାଇ ଦୀର୍ଘ ଘଣ୍ଟା ଅପେକ୍ଷା କରିଥିଲେ ।
ଏମିତି ଶହ ଶହ ସଂଖ୍ୟାରେ ଆଜି ବସ ୟାତ୍ରୀ ବଲାଙ୍ଗୀର ବସଷ୍ଟାଣ୍ଡରେ ଫସି ରହିଥିଲେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲେ । ହେଲେ ଘରୋଇ ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର ହୋଇଥିବାରୁ ଯାତ୍ରୀ ମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି । ଏନେଇ ବଲାଙ୍ଗୀର ଜିଲ୍ଲୀ ଘରୋଇ ବସ ମାଲିକ ସଂଘ ସଭାପତି ଦୁର୍ଗା ବେହେରା ଓ ସଦସ୍ୟ ମୁନ୍ନା ଶତପଥୀ କହିଛନ୍ତି ଯେ ସେମାନେ ରାଜ୍ୟ ସଙ୍ଘର ନିଷ୍ପତିକୁ ସମର୍ଥନ କରି ଧର୍ମଘଟରେ ସାମିଲ ହୋଇଛନ୍ତି । ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ସେମାନେ ବିରୋଧ କରୁ ନାହାନ୍ତି। କିନ୍ତୁ ସରକାରଙ୍କ ପାତର ଅନ୍ତର ନୀତି କୁ ସେମାନେ ବିରୋଧ କରୁଛନ୍ତି । ଗୋଟିଏ କିମି କୁ ତାଙ୍କ ପାଇଁ 90 ପଇସା ଧାର୍ଯ୍ୟ ଥିବା ବେଲେ ଲକ୍ଷ୍ମୀ ବସ ପାଇଁ କାହିଁକି ଏ ନିୟମ ଅଲଗା ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହା ଦ୍ବାରା ସେମାନେ କ୍ଷତି ସହିବେ । ତେଣୁ ସରକାର ରାଜ୍ୟ ବାହାର କମ୍ପାନୀକୁ ଏଥିରେ ସାମିଲ ନ କରି ଏଠିକାର ବସ ସବୁକୁ ଏଥିରେ ନିୟୋଜିତ କରିବାକୁ ଦାବି କରିଛନ୍ତି।
ଅଧିକ ପଢନ୍ତୁ- Bus strike in Odisha: ଆସନ୍ତା 31 ଯାଏଁ ଧର୍ମଘଟ ସ୍ଥଗିତ, ରାତିରୁ ଗଡିବ ବସ
ଇଟିଭି ଭାରତ, ବଲାଙ୍ଗୀର