Mountain Train Derailed: ଲାଇନଚ୍ୟୁତ ହେଲା ମାଉଣ୍ଟେନ ଟ୍ରେନ, ଅଳ୍ପକେ ବର୍ତ୍ତିଲେ 200 ଯାତ୍ରୀ

By

Published : Jun 8, 2023, 10:48 PM IST

thumbnail

ଚେନ୍ନାଇ: ବାଲେଶ୍ବର ଟ୍ରେନ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଥିବା ବେଳେ ଏହା ପରେ ଦେଶର ବିଭିନ୍ନ ସ୍ଥାନରୁ ସାମାନ୍ୟଧରଣର ରେଳ ଦୁର୍ଘଟଣାର ଖବର କ୍ରମାଗତ ଆସିବାରେ ଲାଗିଛି । ଆଜି ତାମିଲନାଡୁର ନୀଳଗିରିରେ ହିଲ ଷ୍ଟେସନ ପର୍ଯ୍ୟଟନ ପ୍ରସିଦ୍ଧ ଓଟି-ନୀଳଗିରି ମାଉଣ୍ଟେନ ଟ୍ରେନ ଲାଇନଚ୍ୟୁତ ହୋଇଛି । ଟ୍ରେନରେ ପ୍ରତିଦିନ ପରି ପର୍ଯ୍ୟଟକମାନେ ଯାତ୍ରା କରୁଥିଲେ । ହେଲେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଆଜି ପାଇଁ ଏହି ମାଉଣ୍ଟେନ ରୁଟରେ ଟ୍ରେନ ଚଳାଚଳ ବନ୍ଦ ରଖାଯାଇ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ସୂଚନ ଅନୁସାରେ, ଟ୍ରେନରେ ମୋଟ 2 ଶହ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଏହି ରୁଟରେ ଟ୍ରେନ ସେବା ବାତିଲ ହୋଇଛି । ସମସ୍ତ ଯାତ୍ରୀଙ୍କୁ ବସ୍‌ ଯୋଗେ ମେଟ୍ଟୁପଲାୟମ ଷ୍ଟେସନକୁ ପଠାଯାଇଛି । ଟ୍ରେନକୁ ଲାଇନକୁ ଉଠାଯିବା ସହ ଧାରଣା ମରାମତି କାର୍ଯ୍ୟ ଜାରି ରହିଛି । ଆସନ୍ତାକାଲି ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇନପାରିଲେ, ଟଏ ଟ୍ରେନ ଚଳାଚଳ ଅଧିକ ବିଳମ୍ବ ହୋଇପାରେ । ପ୍ରତିବର୍ଷ ଓଟି ହିଲ ଷ୍ଟେସନ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ମାଉଣ୍ଟେନ ଟଏ ଟ୍ରେନ ମୁଖ୍ଯ ଆକର୍ଷଣ ଭାବେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.