ରାଜଧାନୀରେ ୩ଦିନିଆ ଜାତୀୟ କୁକୁର ପ୍ରଦର୍ଶନୀ, ମନ ଜିଣିଲା ଲାବ୍ରାଡର ପ୍ରଜାତିର କୁକୁର
🎬 Watch Now: Feature Video
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହୋଇଛି ୩ ଦିନିଆ ଜାତୀୟ କୁକୁର ପ୍ରଦର୍ଶନୀ (National level dog show in Bhubaneswar) । ଏଠାରେ ଦେଶୀ ଓ ବିଦେଶୀ କୁକୁରମାନଙ୍କୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ କରାଯାଇଛି । ପ୍ରତିଯୋଗିତାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ଲକ୍ଷ୍ନୌ ଆଦି ବିଭିନ୍ନ ରାଜ୍ୟ ଓ ସହରରୁ ୮୦ରୁ ଊର୍ଦ୍ଧ୍ବ କୁକୁର ଭାଗ ନେଇଥିଲେ। ଦ୍ବିତୀୟ ଦିନରେ ଦେଶୀ ଓ ବିଦେଶୀ କୁକୁରଙ୍କୁ ନେଇ ଓବିଡିଏଣ୍ଟ ଟ୍ରାଏଲ କ୍ରୀଡା ପ୍ରଦର୍ଶନୀ ହୋଇଯାଇଛି। ପ୍ରଥମ ଥର ଏହି ପ୍ରତିଯୋଗିତାରେ ଦେଶୀ କୁକୁର ସାମିଲ ହୋଇଥିଲେ ଆଉ ନିଜର କୌତୁହଳ ପ୍ରତିଭାର ପଦର୍ଶନୀ ଦେଖାଇଥିଲେ । ଏଥିରେ ପ୍ରଶିକ୍ଷିତ କୁକୁର ମାନେ ମାଲିକଙ୍କ ପାଟିରୁ ସ୍ଲୋ-ୱାକ୍ ନିର୍ଦ୍ଦେଶ ଶୁଣିବା ମାତ୍ରେ ମନମତାଣିଆ ଚାଲି ଆରମ୍ଭ କରିଦେଉଥିଲେ। ‘ଷ୍ଟପ୍’ ଶୁଣି ଅଟକି ଯାଉଥିଲେ। ଦୁଇ କାନକୁ ଠେଙ୍ଗାଠେଙ୍ଗା କରି ପୁଣି ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରି ରହୁଥିଲେ। ଯେଉଁଥିରେ ତିନୋଟି କୁକୁର ସେମାଙ୍କର ବିଚକ୍ଷଣତା ବା ଦକ୍ଷତା ଦେଖାଇଥିଲେ । କୋଭିଡ ୨ବର୍ଷ କଟକଣା ପାଇଁ ଏହି ଶୋ' ବନ୍ଦ ହୋଇଥିଲା । ହେଲେ ଚଳିତ ବର୍ଷ ଏହା ଧୁମଧାମରେ ପାଳନ ହୋଇଥିବା ବେଳେ ଦର୍ଶକଙ୍କ ଭିଡ଼ ଜମିଥିଲା ।
ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:35 PM IST