thumbnail

By

Published : Aug 7, 2023, 11:02 PM IST

ETV Bharat / Videos

Delhi Service Bill: ଲୋକସଭା ପରେ ରାଜ୍ୟସଭାରେ ବିଜେଡିର ସମର୍ଥନ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ‘ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ’ । ରାଜ୍ୟସଭାରେ ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା । ପରେ ସମସ୍ତ ସାଂସଦଙ୍କ ଅଭିଯୋଗର ଜବାବ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଜବାବ ପରେ ରାଜ୍ୟସଭାରେ ଭୋଟିଂ ହୋଇଥିଲା । ବିଲ ସପକ୍ଷରେ 131 ସାଂସଦ  ଭୋଟ ଦେଇଥିବା ବେଳେ ବିପକ୍ଷରେ 101 ସାଂସଦ ଭୋଟ ଦେଇଥିଲେ । ଉଭୟ ସଦନରେ ବିଲ ପାସ ହେବା ପରେ ଏହା ବର୍ତ୍ତମାନ ଆଇନରେ ପରିଣତ ହେବ । ପୂର୍ବ ଘୋଷଣା ଅନୁଯାୟୀ ବିଜୁ ଜନତା ଦଳ (ବିଜେଡି) ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ  ‘ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ’ କୁ ସମର୍ଥନ କରିଥିଲା । ଦଳ ପକ୍ଷରୁ ସାଂସଦ ସସ୍ମିତ ପାତ୍ର ବିତର୍କରେ ଭାଗ ନେଇ ଦଳର ପକ୍ଷ ରଖିଥିଲେ । ଦେଖନ୍ତୁ ବିଲକୁ ନେଇ ରାଜ୍ୟସଭାରେ  କଣ  କହୁଛନ୍ତି ସାଂସଦ ସସ୍ମିତ ପାତ୍ର । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.