ପୋଲିସ ହାତରେ ଧରା ପଡିଲେ 9 ଜଣ ଡକାୟତ, ମାରଣାସ୍ତ୍ର ଜବତ

By

Published : May 8, 2023, 4:54 PM IST

thumbnail

ନବରଙ୍ଗପୁର: ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଲଗାତାର କିଛି ମାସ ଧରି ଜିଲ୍ଲାରେ ଅପରାଧ ବଢୁଥିବା ବେଳେ ପୋଲିସ ମଧ୍ୟ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେଉଛି । ଗତକାଲି(ରବିବାର) ରାତିରେ ପୋଲିସ ହାତରେ ଧରା ପଡିଛନ୍ତି 9 ଜଣ ଅପରାଧୀ । ଯେଉଁମାନେ କି ବିଭିନ୍ନ ସମୟରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଥିଲେ । ବିଭିନ୍ନ ଥାନାରେ ଏହି ଅପରାଧୀମାନଙ୍କ ନାଁରେ ଅନେକ ମାମଲା ମଧ୍ୟ ରହିଛି । ଗତକାଲି(ରବିବାର) ଏହି ଅପରାଧୀମାନେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗାଁର ଏକ ଆମ୍ବ ତୋଟା ନିକଟରେ ଡକାୟତି ପାଇଁ ପ୍ରି-ପ୍ଲାନ କରୁଥିବାର ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ 9 ଜଣ ଅପରାଧୀଙ୍କ ସମେତ ଗୋଟିଏ ଖଣ୍ଡା, ଦୁଇଟି ଲୁହା ରଡ଼, ସ୍କୃ-ଡ୍ରାଇଭର, ପେଚକଶ, 7ଟି ମୋବାଇଲ ଫୋନ ଓ 700 ଟଙ୍କା ଜବତ କରିଛି ପୋଲିସ । ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ଏସ୍‌. ସୁଶ୍ରୀ  ।  

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.