ଭାଇଚାରା ବାର୍ତ୍ତା ଦେଇ ମହରମ ପାଳିଲେ ରାଉରକେଲାବାସୀ

By

Published : Jul 29, 2023, 10:42 PM IST

thumbnail

ରାଉରକେଲା: ଇସଲାମ ଧର୍ମର ପବିତ୍ର ପର୍ବ ମହରମ । ଏହି ଅବସରରେ ରାଉରକେଲାବାସୀ ମହାଡ଼ମ୍ବରେ ମହରମ ପର୍ବ ପାଳନ କରିଛନ୍ତି । ମୋହରମ ପାଇଁ ବିଭିନ୍ନ କମିଟି ପକ୍ଷରୁ ତାଜିଆ ଶୋଭାଯାତ୍ରା କରାଯାଇଛି । ସମୁଦାୟ ୪ଟି ତାଜିଆ ଶୋଭାଯାତ୍ରା ବାହାରିଥିବା ବେଳେ ଏକତା ଓ ଧାର୍ମିକ ସୌହାର୍ଯ୍ୟର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଶୋଭାଯାତ୍ରା ମାଧ୍ୟମରେ ଭାଇଚାରା ଏବଂ ଶାନ୍ତିର ବାର୍ତ୍ତା ଦିଆଯାଇଛି । ସନ୍ଧ୍ୟା ୬ ଟା ବେଳେ ଶୋଭାଯାତ୍ରା ଆରମ୍ଭ ହୋଇ ରାତି ୯ ଟା ମଧ୍ୟରେ ଶେଷ କରାଯାଇଛି । ପାରମ୍ପରିକ ବାଜା ବଜାଇ ବିଶାଳ ଶୋଭାଯାତ୍ରାରେ ରାଉରକେଲାର ସମସ୍ତ ଇସଲାମ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ । ଏଥିସହ ଇମାମ ହୁସେନଙ୍କ ବଳିଦାନର ଗାଥା ବଖାଣିଥିଲେ । ଶାନ୍ତି ଶୃଙ୍ଖଳାର ସହ ମୋହରମ ପର୍ବ ସମ୍ପନ୍ନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.