Watch Video: ପ୍ରତି ବିଷୟରେ ୩୫ ମାର୍କ ରଖିଲେ ଦଶମ ଶ୍ରେଣୀ ଛାତ୍ର, ଖୁସି ପିତାମାତା
🎬 Watch Now: Feature Video
ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ଜଣେ ଦଶମ ଶ୍ରେଣୀର ଛାତ୍ର ଚଳିତ ବୋର୍ଡ ପରୀକ୍ଷାରେ ରଖିଛି ୩୫ ପ୍ରତିଶତ ମାର୍କ । ହେଲେ ଆଶ୍ଚର୍ଯ୍ୟର କଥା ପୁଅର ଏହି ମାର୍କକୁ ନେଇ ତାର ପିତାମାତା ନା କରିଛନ୍ତି ଗାଳି ଗୁଲଜ ନା ମନଦୁଃଖ କରିଛନ୍ତି । ବରଂ ପିତାମାତା ପୁଅର ଏହି ମାର୍କ ସହିତ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ପୁଅ ଯେତିକି ବି ସଫଳତା ହାସଲ କରିଛି ସେଥିରେ ପିତାମାତା ଖୁସି ଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ୟୁଜର୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଏନେଇ ଛାତ୍ରର ପିତାମାତାଙ୍କୁ ଥଟ୍ଟା କରୁଥିବା ବେଳେ ଆଉ କିଛି ପିଲାମାନଙ୍କୁ ଯେକୌଣସି ପରିସ୍ଥିତିରେ ଏପରି ସମର୍ଥନ କରିବା ବୋଲି କହିଛନ୍ତି । ଭିଡିଓରେ ପିତାମାତା ମୋବାଇଲରେ ୩୫ ଲେଖାଥିବାକୁ ଦର୍ଶାଉଛନ୍ତି । ଏହି ଛାତ୍ରର ସବୁ ବିଷୟରେ ୩୫ ମାର୍କ ରହିଛି । ସୂଚନା ଥାଉ କି ଚଳିତ ମାସ ୨ ତାରିଖରେ ମହାରାଷ୍ଟ୍ରରେ ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।