thumbnail

By

Published : May 30, 2023, 7:12 PM IST

Updated : May 30, 2023, 7:44 PM IST

ETV Bharat / Videos

Back-to-back Mishaps in Cuttack: ଭୁଶୁଡିଲା କେନାଲ, ଲୁହା ପାଇପ ତଳେ ଫସି ନାବାଳିକା ମୃତ

କଟକ: କେଶରପୁର ଅଞ୍ଚଳରେ ଲୁହା ପୋଲ ଭାଙ୍ଗିଯିବାରୁ ନାବାଳିକା ଗୁରୁତର ଘଟଣା । କଟକ ମେଡ଼ିକାଲେରେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହାରିଲେ ନାବାଳିକା । ମୃତ ନାବାଳିକା ଜଣକ ହେଉଛନ୍ତି ଏନ. ମୋଇନି ଦାସ । ନାବାଳିକା ନାଳ ପାର ହେଉଥିବା ବେଳେ ହଠାତ ପୋଲଟି ଭୁଶୁଡି ପଡ଼ିଥିଲା । ଡ୍ରେନ ଉପରେ ଯାଇଥିବା ପୁରୁଣା ଲୁହା ପାଇପ ତଳେ ସେ ଚାପି ହୋଇଯାଇଥିଲେ । ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଳଦଣ୍ଡା କେନାଲ ଭିତରକୁ କାର ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି କେଶରପୁର ଅଞ୍ଚଳରେ ଆଉ ଏକ ଅଘଟଣ ଘଟିବା ଜନସାଧାରଣଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶ ଥାଉକି, ଗତ ମଙ୍ଗଳବାର ଅନ୍ଦରପୁର ନିକଟ ତାଳଦଣ୍ଡା କେନାଲ ବନ୍ଧରେ କାର ଖସି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ଅନେକ ପ୍ରଶ୍ନ ସୃଷ୍ଟି ହୋଉଛି । ଯଦି ରାସ୍ତାରେ କେନାଲର ନବୀକରଣ କାର୍ଯ୍ୟ ଚାଲିଥିଲା ତେବେ ରାସ୍ତାକୁ କାହିଁକି ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଗଲା ନାହିଁ ? ଯଦି କାମ କରୁଥିଲେ ତେବେ ସୁରକ୍ଷା ଦୃଷ୍ଟି କୋଣରୁ କର୍ମଚାରୀଙ୍କୁ କାହିଁକି ମୁତାୟନ କରିନଥିଲା ଠିକା ସଂସ୍ଥା ? ଅନ୍ୟପଟେ ଏହି ଘଟଣାକୁ ନେଇ କଟକ ମେୟର ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନରେ ଯେପରି ଏଭଳି ଘଟଣା ନଘଟେ ସେଥିପାଇଁ ସଜାଗ ଥିବା କହିଛନ୍ତି । କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା ତାହାର ତଦନ୍ତ କରାଯିବ । ଯେଉଁ ସ୍ଥାନ ମାନଙ୍କରେ ନିର୍ମାଣ କାର୍ଯ୍ୟ ଚାଲୁଥିବ ସେଠାରେ ନୋ ଏଣ୍ଟ୍ରିର ବଡ ଫଳକ କରାଯିବ । ଦରକାର ପଡିଲେ ନିର୍ମାଣଧିନ ପ୍ରକଳ୍ପ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ପ୍ରବେଶ ନିଷେଧ ପାଇଁ ବ୍ୟାରିକେଟିଂ କରାଯିବ । ଏହାସହ ଠିକା ସଂସ୍ଥା ଗୁଡିକୁ ସବୁ ନିୟମ ପାଳନ କରିବା ପାଇଁ ତାଗିଦ କରାଯିବ ।

ଇଚିଭି ଭାରତ, କଟକ 

Last Updated : May 30, 2023, 7:44 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.