thumbnail

By

Published : Apr 20, 2023, 4:57 PM IST

ETV Bharat / Videos

Atiq-Ashraf murder: ହତ୍ୟାକାଣ୍ଡ ଘଟିଥିବା ମେଡିକାଲ କ୍ୟାମ୍ପସରେ ଜୁଡିସିଆଲ କମିଶନ ସଦସ୍ୟ

ଲକ୍ଷ୍ନୌ: ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଗ ଓ ତାର ଭାଇ ଅଶରଫକୁ ହତ୍ୟା କରାଯାଇଥିବା ମେଡିକାଲ କ୍ୟାମ୍ପସ ପରିଦର୍ଶନ କରିଛନ୍ତି ତଦନ୍ତ ପାଇଁ ସରକାର ଗଠନ କରିଥିବା ନ୍ୟାୟିକ କମିଶନର ସଦସ୍ୟ । ଆଜି କମିଶନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିବା ପରେ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ପୋଲିସର ବହୁ ବରିଷ୍ଠ ଅଧିକାରୀ କମିଶନ ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଶନିବାର (15 ଏପ୍ରିଲ) ପୋଲିସ ମେଡିକାଲ ଚେକଅପ ପାଇଁ ଦୁଇ ଅଭିଯୁକ୍ତ ଭାଇଙ୍କୁ ଆଣିଥିଲା । ଏହି ସମୟରେ ପୋଲିସ କଷ୍ଟଡିରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଏହି ଦୁଇ ମାଫିଆଙ୍କୁ ଗୁଳି କରି ହତ୍ୟା କରିଥିଲେ 3 ହତ୍ୟାକାରୀ । ପରେ ସେମାନେ ଆତ୍ମସମର୍ପଣ କରିବା ସହ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଘଟଣାର ଦିନକ ପରେ ଯୋଗୀ ସରକାର ଏକ ତିନିଜଣିଆ ନ୍ୟାୟିକ କମିଶନ ଗଠନ କରି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଦୁଇ ମାଫିଆଙ୍କୁ ହସ୍ପିଟାଲ ଆଣିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କାରଣରୁ ଏକାଧିକ ପୋଲିସ ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଦେଖନ୍ତୁ ଭିଡିଓ  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.