ଅସହ୍ୟ ଗୁଳୁଗୁଳି ପାଇଁ ଚେତାଶୂନ୍ୟ ହେଲେ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ - ଅସହ୍ୟ ଗୁଳୁଗୁଳି ପାଇଁ ଚେତାଶୂନ୍ୟ ହେଲେ ଛାତ୍ରଛାତ୍ରୀ
🎬 Watch Now: Feature Video
Published : Sep 2, 2023, 8:30 PM IST
ଜଗତସିଂହପୁର: ତିତ୍ତୋଲ ବ୍ଲକ ଅନ୍ତର୍ଗତ ନାଲିବାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଘଟଣ । ଅଚାନକ ଅସୁସ୍ଥ ହୋଇପଡିଲେ କିଛି ଛାତ୍ରାଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକଲେ ବିଦ୍ୟାଳୟ କର୍ତ୍ତୁପକ୍ଷ । ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତିତ୍ତୋଲ ବ୍ଲକର ନାଲିବର ଠାରେ ଥିବା ଏକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ କ୍ଲାସ ଚାଲିଥିଲା । ପାଠପଢା ଚିଲିଥିବା ସମୟରେ ହଠାତ୍ ଦୁଇଜଣ ପିଲା ଅସୁସ୍ଥ ହୋଇ ପଡିବା ସହିତ ଚେତାଶୂନ୍ୟ ହୋଇଥିଲେ। ବିଦ୍ୟାଳୟ କର୍ତ୍ତୁପକ୍ଷ ଏହା ଜାଣିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇ ପଡିବା ସହ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ମୋଟ ୮ଜଣ ଶିଶୁଙ୍କୁ ଜଗତସିଂହପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ଜଗତସିଂହପୁର ମେଡ଼ିକାଲ ପକ୍ଷରୁ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ପ୍ରବଳ ଗୁଳୁଗୁଳି କାରଣରୁ ଛାତ୍ରଛାତ୍ରୀ ଚେତାଶୂନ୍ୟ ହୋଇପଡିଥିବା ଡାକ୍ତର ସୂଚନା ଦେଇଛନ୍ତି । ଏବେ ସମସ୍ତ ଛାତ୍ରାଛାତ୍ରୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ..'ସ୍କୁଲରେ ନାହାଁନ୍ତି ସଂସ୍କୃତ ଶିକ୍ଷକ, କେମିତି ଦେବୁ ବୋର୍ଡ ପରୀକ୍ଷା ?'
ଇଟିଭି ଭାରତ, ଜଗତସିଂହପୁର