ଭୁବନେଶ୍ବର: ଭରତପୁର ଥାନାରେ ମେଜରଙ୍କୁ ହାଜତ ନିର୍ଯାତନା ଘଟଣା । ଭରତପୁର ଥାନାରେ ସେଦିନ ରାତିରେ କଣ ଘଟିଥିଲା । ତଦନ୍ତ କମିଶନଙ୍କ ପାଖରେ ଭିଡିଓ ଫୁଟେଜ ଦାଖଲ କଲା କ୍ରାଇମବ୍ରାଞ୍ଚ । ଯାହାକୁ ଯାଞ୍ଚ କରି ସଠିକ ବୋଲି ଦର୍ଶାଇଛି ଷ୍ଟେଟ ଫରେନସିକ ଲ୍ୟାବ୍ । ଆସନ୍ତା 22ରେ ହେବ ପରବର୍ତ୍ତୀ ଶୁଣାଣି ।
କମିଶନଙ୍କ ନିକଟରେ ଭିଡିଓ ଫୁଟେଜ ଦାଖଲ:
ଗତ ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇନଥିବା ଦସ୍ତାବିଜ ପାଇଁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି ଅର୍ଥାତ ଆଜି ଶୁଣାଣି ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଦସ୍ତାବିଜ ଦାଖଲ କରାଯାଇଛି । ଯେଉଁଥିରେ ଭରତପୁର ଥାନାର ସେଦିନର ଘଟଣାବଳି ଯାହା ଭିଡିଓ ଫୁଟେଜ କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସଂଗ୍ରହ କରିଥିଲା ତାହା ଦାଖଲ କରାଯାଇଛି । ଏହି ଭିଡ଼ିଓରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଦ୍ବାରା ନିଆଯାଇଥିବା ଭିଡିଓ ସହ ଥାନା କର୍ମଚାରୀଙ୍କ ଦ୍ବାରା ମଧ୍ୟ ରେକଡିଂ କରାଯାଇଥିବା ଭିଡିଓ ଫୁଟେଜ ମଧ୍ୟ ରହିଛି । ସବୁ ଭିଡିଓର ଫରେନସିକ ଯାଞ୍ଚ ପରେ ଷ୍ଟେଟ ସାଇଣ୍ଟିଫିକ ଲ୍ୟାବ ଦ୍ବାରା ସତ୍ୟାସତ୍ୟ ଯାଞ୍ଚ ପରେ ସଠିକ ଭିଡିଓକୁ ତଦନ୍ତ କମିସନ ଚିତ୍ତରଞ୍ଜନ ଦାସଙ୍କ ନିକଟରେ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।
ମଗା ଯାଇଥିଲା ସାକ୍ଷୀ ତାଲିକା:
ମେଜର ଓ ବାନ୍ଧବୀ ହେବେ ଜେରା:
ଆସନ୍ତା ୨୨ରେ ଉଭୟ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଜେରା କରିବେ ପୋଲିସ ପକ୍ଷ ଓକିଲ । ୨୨ତାରିଖ ଓ ୨୩ତାରିଖ ଓ ୨୪ତାରିଖ ଯାଏ ହେବ । ଏନେଇ ଗୋଟି ଗୋଟି କରି ତାଙ୍କ ସହ ଘଟିଥିବା ସମସ୍ତ ଘଟଣା ସମ୍ପର୍କରେ ସେ କହିବେ ଓ ପୋଲିସ ପକ୍ଷ ଓକିଲ ଚାହିଁଲେ ସେମାନଙ୍କୁ ମଧ୍ୟ କ୍ରସ ଭେରିଫିକେସନ କରିବେ । ପୋଲିସ ପକ୍ଷ ଓକିଲ ମଧ୍ୟ ସେ ସମ୍ପର୍କରେ ପଚରାଉଚରା କରିବେ । କାରଣ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ଥାନାଧିକାରୀ ତାଙ୍କୁ ଯୌନ ନିର୍ଯାତନାର ସାଙ୍ଘାତିକ ଅଭିଯୋଗ ମଧ୍ୟ ସେ ଆଣିଥିଲେ । ତେବେ ସେ ସଂକ୍ରାନ୍ତରେ ମଧ୍ୟ ପୋଲିସ ପକ୍ଷ ଓକିଲ ସେଦିନ ବାନ୍ଧବୀ ଓ ତାଙ୍କ ବନ୍ଧୁ ମେଜରଙ୍କୁ ମଧ୍ୟ ପଚରା ଉଚରା କରାଯିବ ।
କମିଶନଙ୍କ ଉପସ୍ଥିତିରେ ହେବ ଜେରା:
ଏନେଇ କମିସନଙ୍କ ପକ୍ଷରୁ ସେମାନଙ୍କୁ ସମନ ହୋଇଛି । ପ୍ରଥମେ ମେଜର ଓ ପରେ ବାନ୍ଧବୀଙ୍କୁ ଜେରା କରାଯିବ । କମିଶନଙ୍କ ଶୁଣାଣିରେ ହାଜର ହେବେ ଉଭୟ । କମିଶନଙ୍କ ଉପସ୍ଥିତିରେ ଜେରା କରାଯିବ। ପୋଲିସ ପକ୍ଷ ଓକିଲ ମଧ୍ୟ ସେମାନଙ୍କୁ କ୍ରମ ଭେରିଫିକେସନ ବା ଜେରା କରିବେ । ଏପରିକି ଯେଉଁ ସବୁ ଭିଡିଓ ଫୁଟେଜ ଥିବା ତାର ଆଧାରରେ ମଧ୍ୟ ଜେରା ବେଳେ ପଚରାଉଚରା କରାଯିବ । ଆବଶ୍ୟକ ପଡ଼ିଲେ ପୋଲିସ ପକ୍ଷ ଓକିଲ ମଧ୍ୟ ସେହି ସମୟରେ ସେମାନଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରି ପାରିବେ । ଏହା ସହିତ ମେଜରଙ୍କ ଓକିଲ ପକ୍ଷରୁ ଯଦି ପୋଲିସ ପକ୍ଷର କାହାକୁ ଜେରା କରିବାକୁ ଚାହୁଁଛନ୍ତି ତେବେ ସେମାନେ ସେହି ଦିନ କମିଶନଙ୍କୁ ଲିଖିତ ଜଣାଇବେ । ସେନେଇ ପୋଲିସ ପକ୍ଷଙ୍କୁ ପରବର୍ତ୍ତୀ ତାରିଖରେ ସାକ୍ଷ୍ୟ ଗ୍ରହଣ ବା ଜେରା ପାଇଁ ଡାକିବାକୁ ସ୍ଥିର କରିବେ କମିଶନ ।
ଭିଡିଓ ଫୁଟେଜ ହେବ ମୁଖ୍ୟ ପ୍ରମାଣ:
ତେବେ ଥାନା ଭିତରେ ସିସିଟିଭି ନ ଥିବା କାରଣରୁ ଘଟଣାର ଏକ ପ୍ରକାର ପୋଲିସ ପାଇଁ ଅଡୁଆ ପରିସ୍ଥିତି ହୋଇଥିଲା । ଥାନା ଭିତରେ ପୋଲିସ କିପରି ନିର୍ଯାତନା ଦେଇଥିଲା ଓ ମେଜର ଓ ବାନ୍ଧବୀଙ୍କ ସହ ବାସ୍ତବିକ ସେ ଦିନ କଣ ଘଟିଥିଲା । ସେସବୁର ପ୍ରମାଣ ସିସିଟିଭି ବଦଳରେ ଏକମାତ୍ର ମୋବାଇଲ ଭିଡିଓରେ ରହିଛି । ଯାହାକି ମେଜରଙ୍କ ବାନ୍ଧବୀଙ୍କ ଦ୍ବାରା ନିଆଯାଇଥିଲା ଓ ଡ୍ୟୁଟିରେ ଥିବା ପୋଲିସ କର୍ମଚାରି ନିଜ ସୁରକ୍ଷା ପାଇଁ ନିଜ ନିଜ ମୋବାଇଲରେ ରେକର୍ଡିଂ କରିଥିଲେ । ଯାହା କି ସେହି ସମୟରେ କିଛି ଭିଡିଓ ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲା ।
22ରେ ପରବର୍ତ୍ତୀ ଶୁଣାଣି:
ଏନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିଲା । ମୋବାଇଲ ଭିଡିଓ ଯାହାକୁ କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସଂଗ୍ରହ କରିଥିଲା ତାହା ଏହି ଘଟଣାର ଏକ ପ୍ରକାର ପ୍ରତ୍ୟକ୍ଷ ପ୍ରମାଣ । ସେସବୁ ଭିଡିଓକୁ ଫରେନସିକ ଲ୍ୟାବ ଯାଞ୍ଚ ପରେ ତାକୁ ଆସନ୍ତା ୨୧ ତାରିଖ ଦିନ ଉଭୟ ପକ୍ଷଙ୍କ ଉପସ୍ଥିତିରେ ତର୍ଜମା କରାଯିବ । ୨୨ ତାରିଖ ଶୁଣାଣି ଦିନ ବୋର୍ଡ ରୁମରେ ପ୍ରଦର୍ଶନ କରାଯିବ । ତେବେ ପରବର୍ତ୍ତୀ ଶୁଣାଣି ୨୨ ତାରିଖରେ ହେବ । ସେହି ଦିନ ଶୁଣାଣି ପରେ ଶୀତଦିନ ଛୁଟି ରହିବ । ପରେ ଜାନୁଆରି ୬ ତାରିଖରୁ ପୁନଶ୍ଚ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଉଭୟ ପକ୍ଷ ଚାହିଁଲେ ସେମାନେ ଯଦି ଲେଖିକି ଦେଲେ ପୁନଶ୍ଚ ସାକ୍ଷ୍ୟ ଗ୍ରହଣ ପାଇ ଆଉ କାହାକୁ ସେହି ଅନୁସାରେ ଡକାଯିବ ।
ଇଟିଭି ଭାରତ, ଭୁବନେଶ୍ବର