ETV Bharat / bharat

ମୁମ୍ବାଇ ସ୍ପିଡ ବୋଟ ଟ୍ରାଜେଡି, ନୌସେନା ଅଧିକାରୀଙ୍କ ସମେତ ୧୩ ମୃତ - MUMBAI BOAT TRAGEDY

ମୁମ୍ବାଇ ସ୍ପିଡ୍ ବୋଟ୍ ଟ୍ରାଜେଡି । ୧୩କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟରେ ୧୦ ଜଣ ଯାତ୍ରୀଙ୍କ ସମେତ ୩ ଜଣ ନୌସେନା ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ଶୋକ ।

Mumbai Boat Tragedy
Mumbai Boat Tragedy (ETV Bharat Maharashtra)
author img

By ETV Bharat Odisha Team

Published : Dec 18, 2024, 9:06 PM IST

Updated : Dec 18, 2024, 9:44 PM IST

ମୁମ୍ବାଇ: ମୁମ୍ବାଇ ବୋଟ୍ ଟ୍ରାଜେଡି । ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଛି । ମୃତକଙ୍କ ମଧ୍ୟରେ ୧୦ ଜଣ ଯାତ୍ରୀଙ୍କ ସମେତ ୩ ଜଣ ନୌସେନା ଅଧିକାରୀ ରହିଛନ୍ତି । ମହାରାଷ୍ଟ୍ରର ମୁମ୍ବାଇ ତଟରେ ଯାତ୍ରୀବାହୀ ବୋଟ୍ ଓଲଟିବାରୁ ୧୩ ଜଣଙ୍କ ଜୀବନ ଯାଇଛି ।

ମୃତକଙ୍କ ପରିବାକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା:

ଅନୁସାରେ, ଏକ ସ୍ପିଡ୍ ବୋଟ ହୋଇଥିବାବେଳେ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଏଲିଫାଣ୍ଟା ଦ୍ବୀପ ଅଭିମୁଖେ ବୋଟଟି ଯାଉଥିଲା । ଅପରାହ୍ନ ୪ଟି ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ, ପୋଲିସ ଓ ନୌସେନା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କହିଛନ୍ତି । ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ବୋଟ୍ ଦୁର୍ଘଟଣାର କାରଣ:

ଭାରତୀୟ ନୌସେନା ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି, "ଇଞ୍ଜିନ ଟ୍ରାଏଲ ଚାଲିଥିବା ସମୟରେ ହଠାତ୍ ଇଞ୍ଜିନ କାମ ନକରିବାରୁ ଜାହାଜଟି ଭାରସାମ୍ୟ ହରାଇଥିଲା । ନିକଟରେ ଆସୁଥିବା ଏକ ଯାତ୍ରୀବାହୀ ବୋଟ୍ ସହ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା । ଫଳରେ ୧୩ ଜଣଙ୍କ ଜୀବନ ଯାଇଛି ।"

ଉଦ୍ଧାର କାର୍ଯ୍ୟ ଜାରି:

101 ଜଣ ଉଦ୍ଧାର ହୋଇଥିବା ସୂଚନା ରହିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ୪ଟି ନୌସେନା ହେଲିକପ୍ଟର, ୧୧ଟି ନୌସେନା ଜାହାଜ, ତଟରକ୍ଷୀ ବୋଟ୍, ସମୁଦ୍ର ଥାନା ପୋଲିସ ପ୍ରମୁଖ ନିୟୋଜିତ ରହିଛନ୍ତି ।

ଏହା ବି ପଢନ୍ତୁ...ପ୍ରବଳ ଜୁଆରରେ ଭାସିଗଲେ 8 ମତ୍ସ୍ୟଜୀବୀ - Paradeep BOAT Stranded

ଏହା ବି ପଢନ୍ତୁ...୨୨୦ନଂ NHରେ ‌ସିରିଜ ଦୁର୍ଘଟଣା, 4 ମୃତ

ଏହା ବି ପଢନ୍ତୁ...ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଦୌଡରାଣୀ

Last Updated : Dec 18, 2024, 9:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.